ନୟାଗଡ ପରୀ ପରିବାରକୁ ୯ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ଵର: ନୟାଗଡ ପରୀ ପରିବାରକୁ ୯ ଲକ୍ଷ ଟଙ୍କାର ସହାୟତା ମିଳିବ। ଓଡ଼ିଶା ଷ୍ଟେଟ୍ ଲିଗାଲ୍ ସର୍ଭିସ ଅଥରିଟି ପକ୍ଷରୁ ଏହି ଘୋଷଣା ହୋଇଛି। ପ୍ରଥମେ ୫୦ ପ୍ରତିଶତ ସାଙ୍ଗେ ସାଙ୍ଗେ ଦେବାକୁ ଘୋଷଣା ହୋଇଛି। ମାମଲା ବିଚାର ପରେ ବାକି ୫୦ ପ୍ରତିଶତ ଦେବାକୁ ଘୋଷଣା କରାଯାଇଛି।

ନୟାଗଡ ପରୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏହି ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ରାଜନୀତି ମଧ୍ୟ ତୀବ୍ର ହୋଇଥିଲା।  ଘଟଣାର ତଦନ୍ତ ଏସଆଇଟି କରୁଥିବା ବେଳେ ଏଥିରେ ସନ୍ତୁଷ୍ଟ ନଥିଲେ ମୃତ ପରିର ପରିବାର । ପରୀ ହତ୍ୟା ମାମଲା ଏବେ ଵିଚାରଧୀନ ଥିବା ବେଳେ, ତାର ମା’ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Leave A Reply

Your email address will not be published.

ବ୍ରେକିଂ