ପରୀ ମାଆଙ୍କୁ ଦୁର୍ବ୍ୟବହାର ପାଇଁ ନିଲମ୍ବିତ ହେଲେ ଆଇଆଇସି, ବଦଳିଲେ ଏସଡିପିଓ

ନୟାଗଡ଼: ପରୀ ହତ୍ୟା ମାମଲାରେ ସସପେଣ୍ଡ ହେଲେ ନୟାଗଡ ସଦର ଥାନା ଆଇଆଇସି । ସଦର ଥାନା ଆଇଆଇସି ରୀତାରାଶୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ ଡିଏସ୍‌ପି ଭାବେ ବଦଳି କରାଯାଇଛି। ଏ ନେଇ ପୋଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ଉଭୟ ଅଧିକାରୀ। ପରୀ ମାଆଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନାଯୋଗ୍ୟ, ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିଙ୍କ ହାତ ଥିବା ପରୀର ବାପା-ମାଆ ଅଭିଯୋଗ କରିଥିଲେ।ଏପରିକି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ହଇରାଣ କରୁଥିବା ପରୀର ବାପାମାଆ ଅଭିଯୋଗ କରିଥିଲେ। ପରୀଙ୍କ ମାଆଙ୍କୁ ପୁଲିସ ମାରିଥିବା ଅଭିଯୋଗ ହୋଇଥିଲା।

 

Leave A Reply

Your email address will not be published.

ବ୍ରେକିଂ