କୋଭିଡ ପରିଚାଳନା ପାଇଁ ସମ୍ମାନିତ ହେଲା ଓଡିଶା ପୋଲିସ

ନୂଆଦିଲ୍ଲୀ: କୋଭିଡ ପରିଚାଳନା ପାଇଁ ଓଡିଶା ପୋଲିସକୁ ସମ୍ମାନିତ କରିଛି ଜାତୀୟ ମହିଳା କମିଶନ । ଏନସିଡବ୍ଲୁର ୨୯ତମ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି । ଓଡିଶା ପୋଲିସ ପକ୍ଷରୁ ସମ୍ମାନ ଗ୍ରହଣ କରିଛନ୍ତି ବରଗଡ ଏସପି ପଦ୍ମିନୀ ସାହୁ ।

ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ସମ୍ମାନ ପ୍ରଦାନ ସମାରୋହ ଓଡିଶାକୁ ପୁରସ୍କୃତ କରାଯାଇଛି । ସମ୍ମାନକୁ ବିନମ୍ରତାର ସହ ଗ୍ରହଣ କରିଛି ଓଡିଶା ପୋଲିସ ।  ଏ ନେଇ ଟୁଇଟ କରି ଖୁସି ବ୍ୟକ୍ତ କରିଛି ଓଡିଶା ପୋଲିସ ।

 

ଗତ କିଛି ଦିନ ପୂର୍ବେ ପୋଲିସ ରାକିଂରେ ମଧ୍ୟ ଓଡ଼ିଶ ପୋଲିସ ସଫଳତା ହାସଲ କରିଥିଲା । ପୋଲିସ ରାକିଂରେ ୩ୟ ସ୍ଥାନରେ ରହିଥିଲା ଓଡିଶା ପୋଲିସ ।  ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୦ରେ ଓଡ଼ିଶା ତୃତୀୟ ସ୍ଥାନରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ୨୦୧୯ ରିପୋର୍ଟରେ ଓଡ଼ିଶା ୭ ନମ୍ବର ସ୍ଥାନରେ ଥିଲା ।

 

Leave A Reply

Your email address will not be published.

ବ୍ରେକିଂ