ସେପ୍ଟେମ୍ବର ୧୨ ତାରିଖରେ NEET (UG)-୨୦୨୧

ନୂଆଦିଲ୍ଲୀ:  ସେପ୍ଟେମ୍ବର ୧୨ ତାରିଖରେ NEET (UG)-୨୦୨୧ ହେବ । କୋଭିଡ କଟକଣାରେ ସାରା ଦେଶରେ ପରୀକ୍ଷା ହେବ । ମଙ୍ଗଳବାର ଅପରାହ୍‌ଣ ୫ଟାରୁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । NTA ୱେବସାଇଟ ଜରିଆରେ  ଛାତ୍ରଛାତ୍ରୀ ଆବେଦନ କରିବେ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବୃଦ୍ଧି କରାଯାଇଛି । ପରୀକ୍ଷା କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ଗତବର୍ଷ ୩,୮୬୨ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସେହିପରି ୨୦୨୦ରେ ଥିବା ୩୮୬୨ଟି ପରୀକ୍ଷା କେନ୍ଦ୍ରକୁ ମଧ୍ୟ ୨୦୨୧ରେ ବୃଦ୍ଧି କରାଯିବ। କୋଭିଡଡ-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପରୀକ୍ଷା କେନ୍ଦ୍ରରେ ସମସ୍ତ ଶିକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ।

ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ସମୟ ସ୍ଲଟ, କଣ୍ଟାକ୍ଟଲେସ୍‌ ପଞ୍ଜୀକରଣ, ଉପଯୁକ୍ତ ସାନିଟାଇଜେସନ, ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଜିକ ଦୂରତା ରକ୍ଷା କରିବା ପାଇଁ ସିଟ୍‌ର ଆରେଞ୍ଜମେଣ୍ଟ ଓ ଅନ୍ୟାନ୍ୟ ସବୁ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ