ମାଲକାନଗିରି ମୋଟୁରେ ନୂଆ ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ମାଲକାନଗିରି:  ମାଲକାନଗିରି ଜିଲ୍ଲା ମୋଟୁସ୍ଥିତ ସୀମାନ୍ତ ଯାଞ୍ଚ ପଏଣ୍ଟ ଗସ୍ତ କଲେ ନୂତନ ଜିଲ୍ଲାପାଳ ବିଶାଲ ସିଂ । ପ୍ରଥମ ଥର ପାଇଁ ଗସ୍ତ କରି ପ୍ରବାସୀ ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ । ଏଥିସହ ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ଲାଗି କେନ୍ଦ୍ରରେ ନିୟୋଜିତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମୋଟୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗ୍ରସ୍ତ କରିଥିଲେ ।

ସେହିପରି ସେଠାରେ ଥିବା ଡାକ୍ତର ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମସ୍ୟା ଗୁଡିକର କିଭଳି ରୂପେ ସମାଧାନ କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ । ପରେ ମୋଟୁ ସ୍ଥିତ ମୁଗି ପଏଣ୍ଟକୁ ଗସ୍ତ କରି ସେଠାକାର ମଧୁସୂଦନ ପାର୍କର ଉନ୍ନତି କରଣ କରାଯାଇ ପାରିବ ଏବଂ ରକ୍ଷଣାବେକ୍ଷଣ କରାଯାଇ ପାରିବ ସେ ନେଇ ସ୍ଥାନୀୟ ତହସିଲଦାର ଓ ବି.ଡି.ଓଙ୍କ ସହ ଆଲୋଚନା କରିଛନ୍ତି ।

ଏଥିସହ ଛତିଶଗଡ ସରକାର ପକ୍ଷରୁ ନିର୍ମାଣଧିନ ଥିବା କୋଂଟା ଏବଂ ମୋଟୁକୁ ସଂଯୋଗ କରୁଥିବା ପୋଲର ନିର୍ମାଣ ସ୍ଥଳ ବୁଲି କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀ ମଧ୍ୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ମୋଟୁ ତହସିଲ୍‌ଦାର ଶଶାଙ୍କ ଶେଖର ମିଶ୍ର, କାଲିମେଳା ବି.ଡି.ଓ ଉମା ଶଙ୍କର ଦଳାଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ