ରେଳବାଇ ମନ୍ତ୍ରୀ ବିଳମ୍ବିତ ରାତିରେ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ

ଭୁବନେେଶ୍ଵର:  ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ  । ବିଳମ୍ବିତ ରାତିରେ ପୂର୍ବତଟ ରେଳପଥ ଅଧୀନରେ ଥିବା ଓଡ଼ିଶାରେ ଚାଲିଥିବା ଓ ହେବାକୁ ଥିବା ବିଭିନ୍ନ ରେଳ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି  ସେ। ନିଜ ମନ୍ତ୍ରାଳୟରେ ବସି ଓଡ଼ିଶାର କେଉଁ ପ୍ରକଳ୍ପ କାର୍ଯ୍ୟ କେତେ ବାଟ ଆଗେଇଛି ସେନେଇ ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ମନ୍ଥର ଗତିରେ ଚାଲିଥିବା ରେଳ ପ୍ରକଳ୍ପଗୁଡିକ ସମ୍ପର୍କରେ ଗୋଟି ଗୋଟି କରି ବୁଝିଛନ୍ତି । ତେବେ ୩୦୬ କିଲୋମିଟର ଖୋର୍ଦ୍ଧା ରୋଡ ବଲାଙ୍ଗୀର ରେଳପଥ ଅଗ୍ରଗତିକୁ ମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି । ସେହିପରି ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀ, ତାଳଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍ ନିର୍ମାଣର ସମୀକ୍ଷା କରିଛନ୍ତି । ସେହିପରି ବଂଶପାଣି- ଦୈତାରୀ-ଟୋମକା-ଜଖପୁରା, ସମ୍ବଲପୁର-ଟିିଟିଲାଗଡ଼, ଖୋର୍ଦ୍ଧା ରୋଡ଼-ବାରଙ୍ଗ, ବିଜୟନଗରମ୍-ସମ୍ବଲପୁର, ତାଳଚେର-ସମ୍ବଲପୁର ରେଳଲାଇନ୍ ଡବଲିଂ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

 

Leave A Reply

Your email address will not be published.

ବ୍ରେକିଂ