ନ୍ୟୁଜିଲାଣ୍ଡର ଐତିହାସିକ ବିଜୟ

ଏଜବେଷ୍ଟନ: ନ୍ୟୁଜିଲାଣ୍ଡର ଐତିହାସିକ ବିଜୟ । ଇଂଲଣ୍ଡକୁ ୮ ୱିକେଟରେ ହରାଇ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ହାତେଇଛି ନ୍ୟୁଜିଲାଣ୍ଡ । ତେବେ ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ଦଳ ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛି । ସେହିପରି ୨୨ ବର୍ଷ ପରେ ନ୍ୟୁଜଲାଣ୍ଡ ଇଂଲଣ୍ଡକୁ ନିଜ ମାଟିରେ ହରାଇବାରେ ସକ୍ଷମ ହୋଇଛି ।

୧୯୯୯ ମସିହାରେ ଶେଷ ଥର ପାଇଁ ଷ୍ଟିଫେନ ଫ୍ଲେମିଙ୍ଗଙ୍କ ଅଧିନାୟକତ୍ୱରେ ଥିବା କିୱି ଦଳ ନିଜ ମାଟିରେ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡକୁ ୨- ୧ ରେ ପରାସ୍ତ କରିଥିଲା । ତେବେ ଆଗକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଅଛି । ଫାଇନାଲ ଅଛି ଯାହା ଭାରତ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ଫାଇନାଲ ମ୍ୟାଚ ୧୮ରୁ ୨୨ ଜୁନ ମଧ୍ୟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ ।

Leave A Reply

Your email address will not be published.

ବ୍ରେକିଂ