ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !

ଇଂଲଣ୍ଡ:  ଇଂଲଣ୍ଡ ଗସ୍ତରେ ଥିବା ନ୍ୟୁଜିଲ୍ୟାଣ୍ଡ ମହିଳା କ୍ରିକେଟ୍ ଦଳ ତୃତୀୟ ଦିନିକିଆ ଖେଳିବା ପୂର୍ବରୁ ବୋମା ବିସ୍ଫୋରଣ ଧମକ ମିଳିଛି। ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ  ଧମକପୂର୍ଣ୍ଣ ଇ-ମେଲ୍‌ ଆସିଛି । ଏହାପରେ ସେଠାକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଦୁଇ ଦଳ ମଧ୍ୟରେ ତୃତୀୟ ଦିନିକିଆ ଆଜି ଲିସେଷ୍ଟରରେ ଖେଳାଯିବ। ଏହି ବୋମା ଧମକ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦ୍ୱାରା ନିଶ୍ଚିତ ହୋଇଛି। ବୋର୍ଡ କହିଛି ଯେ, ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ସହ ଜଡିତ ଧମକପୂର୍ଣ୍ଣ ଇମେଲ ପାଇଛି। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ନ୍ୟୁଜିଲ୍ୟାଣ୍ଡ ମହିଳା କ୍ରିକେଟ୍ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଯେଉଁଠାରେ ସୀମିତ ଓଭର ସିରିଜ୍ ଦୁଇ ଦେଶ ମଧ୍ୟରେ ଖେଳାଯାଉଛି । ଏହି ସମୟରେ ତୃତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଏକ ଧମକପୂର୍ଣ୍ଣ ଇମେଲ୍ ପାଇଛି । 

 

Leave A Reply

Your email address will not be published.

ବ୍ରେକିଂ