ମାଆ କୋଳରୁ ନବଜାତ ଶିଶୁ ନିଖୋଜ

ଅନୁଗୁଳ: ମାଆ କୋଳରୁ ନିଖୋଜ ହେଲା ନବଜାତ ଶିଶୁ । ୧୨  ଦିନର ଶିଶୁକୁ ନ ପାଇ କାନ୍ଦି କାନ୍ଦି ଅଧୀର ହେଉଛି ମା’। ଅନେକ ଜାଗାରେ ଖୋଜିଲେଣି  ପରିବାର ଲେକେ । ଇତି ମଧ୍ୟରେ ଦୁଇ ଦିନ ବିତି ଗଲାଣି ହେଲେ ଏଯାଏ ମିଳୁନି ପତ୍ତା । । ଅନୁଗୋଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି  ।

ପାଲଲହଡା ଥାନା ଅନ୍ତର୍ଗତ ରଂଜଣା ଗ୍ରାମର ସୁମି ମୁଣ୍ଡା ଓ ତାଙ୍କ ସ୍ୱାମୀ ଶୁଶୀଲ ମୁଣ୍ଡା ୧୩ତାରିଖ ରାତିରେ ଶୋଇଥିଲେ। ୧୨ ଦିନର ଶିଶୁପୁତ୍ର ମଧ୍ୟ ସେମାନଙ୍କ ପାଖରେ ଶୋଇଥିଲା ।  ତେବେ ରାତି ପ୍ରାୟ ୧୧ ଟା ବେଳେ   ଉଭୟ ଉଠି ଦେଖିଲା ବେଳକୁ  ନବଜାତ ଶିଶୁପୁତ୍ର କୁଆଡେ ନିଖୋଜ ହୋଇଯାଇଥିଲା ।

ଏ ନେଇ ନିଖୋଜ ନବଜାତକର ମା’ ସୁମୀ ମୁଣ୍ଡା ଗତକାଲି ପାଲଲହଡ଼ା ଥାନାରେ ଅଭିଯୋଗ କରି  ଶିଶୁପୁତ୍ରକୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ଅଭିଯୋଗ ପାଇବା ପରେ ପାଲଲହଡା ପୋଲିସ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।

Leave A Reply

Your email address will not be published.

ବ୍ରେକିଂ