କୁକୁର ପାଟିରେ ନବଜାତ

ବଲାଙ୍ଗୀର: ବଲାଙ୍ଗୀରରେ ଅଭାବନୀୟ ଦୃଶ୍ୟ । ଏକ ନବଜାତ ଶିଶୁର ମୃତଦେହକୁ ବୁଲା କୁକୁର ପାଟିରେ ଧରି ସହର ଭିତରେ ବୁଲୁଥିବା ଓ ଝୁଣି ଖାଉଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି।

ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସମ୍ମୁଖରେ ଉକ୍ତ କୁକୁରଟି ନବଜାତ ଶିଶୁର ମୃତଦେହ ପାଟିରେ ଧରିଥିବା ଦେଖିବାକୁ ମିଳିଛି । କୁକୁରଟି କେଉଁ ସ୍ଥାନରୁ ମୃତଦେହକୁ ଆଣିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ହସ୍ପିଟାଲ ଆଖପାଖରୁ ଆଣିଥିବା ନେଇ ଚର୍ଚ୍ଚା ହେଉଛି ।

କିଛିଦିନ ପୂର୍ବରୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଡ୍ରେନରେ ଏକ ନବଜାତ ଶିଶୁର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏବେ ଏହି ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

Leave A Reply

Your email address will not be published.

ବ୍ରେକିଂ