ଆଜି ଓଡିଶାର ୨୧ଟି ଜିଲ୍ଲାରୁ ୯୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବେଶ କିଛି ଦିନ କମିବା ପରେ ରାଜ୍ୟରେ ପୁଣି ବଢୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ଆଉ ୯୪ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୬ ଓ ଲୋକାଲ କଣ୍ଟାକ୍ଟ କେସ୍ ୩୮ଟି ରହିଛି ।

ଆଜି ୨୧ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ୱଲପୁର ଜିଲ୍ଲାରୁ ସର୍ବାଧିକ ୧୭ ପଜିଟିଭ ବାହାରିଥିବା ବେଳେ ଅନୁଗୋଳରେ ଆଉ ୧୦ ଜଣ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୦ ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୪ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୩ ଜଣ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ‌ଜଣେ, ଖୋର୍ଦ୍ଧାରୁ ୮ ଜଣ, ମୟୂରଭଞ୍ଜରୁ ୭ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୨ ଜଣ, ସମ୍ବଲପୁରରୁ ୧୭ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୭ହଜାର ୧୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୪ହଜାର ୪୦୦ ଆକ୍ରାନ୍ତ । ଏବେ ରାଜ୍ୟରେ ୬୫୦ଟି କରୋନା ଆକ୍ଟିଭ୍ କେସ୍ ରହିଛି । ମହାମାରୀ ରାଜ୍ୟରୁ ୧୯ ୧୫ ଆକ୍ରାନ୍ତଙ୍କ ଜୀବନ ନେଇଛି ।

Leave A Reply

Your email address will not be published.

ବ୍ରେକିଂ