ଆଜି ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା

 ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ବିଏମ୍‌ସି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧, ଲୋକାଲ କେସ୍- ୮୦ ରହିଛି। ଖଣ୍ଡଗିରିରୁ ସର୍ବାଧତ୍କ ୧୨, ରସୁଲଗଡ଼- ୭, ଓଲ୍ଡ ଟାଉନ-୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ଆକ୍ରାନ୍ତ ୩୨,୮୩୨ ଥିବା ବେଳେ ଆକ୍ଟିଭ କେସ୍‌ ୫୫୫ ରହିଛି।  ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ୩୨,୦୦୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ