ଟିଟଲାଗଡରେ ଉଦଘାଟିତ ପ୍ରକଳ୍ପ ମୁକ୍ତିଧାମ ଓ ସୁଲଭ ଶୌଚାଳୟ କାମରେ ଆସୁନି

ଟିଟିଲାଗଡ: ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଲୋକଙ୍କ ସୁବିଧା ପାଇଁ ବିଶେଷ କରି ଟିଟିଲାଗଡ ପୌରପରିଷଦରେ ଶୌଚାଳୟ ନିର୍ମାଣ ହେଲା । ଏହାକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଉଦଘାଟନ କରିଥିଲେ । ଏଥିପାଇଁ ସାଧାରଣ ଜନତା ଧନ୍ୟବାଦ ଦେବା ସହ ସହରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଯାଇଥିଲା । ହେଲେ ଉଦଘାଟନ ପରେ ଏହା ସେମିତି ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି । ତେଣୁ ସହର ବାସୀଙ୍କ କୌଣସି କାମରେ ନ ଲାଗିବାରୁ ସହରର ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ବଜାରକୁ ଆସୁଥିବା ଜନସାଧାରଣ,ବ୍ୟବସାୟୀ ଓ ବସକୁ ଅପେକ୍ଷା କରିଥିବା ଯାତ୍ରୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେବା ସହ ବାଧ୍ୟ ହୋଇ ବାହାରେ ପରିସ୍ରା କରୁଛନ୍ତି ବୋଲି କହିଛନ୍ତି । ତେଣୁ ଏହାକୁ ତୁରନ୍ତ ଖୋଲାଯାଉ ବୋଲି ଲୋକେ ଦାବୀ କରିଛନ୍ତି ।

ଠିକ ସେହିପରି ସହରବାସୀଙ୍କ ସୁବିଧା ପାଇଁ ୭୬,୭,୭୬୧.୦୦ ଟଙ୍କାର ବ୍ୟୟ ଅଟକଳ ମୂଲ୍ୟରେ ଶ୍ମଶାନ ନିର୍ମାଣ କଲେ । କିନ୍ତୁ ତାହା ମଧ୍ୟ ସେମିତି ବନ୍ଦ ଥିବା ଯୋଗୁ ଶବଦାହ ପାଇଁ ଲୋକେ  ଅସୁବିଧାର ସମ୍ମୁଖୀନ ହୋଇ ଶ୍ମଶାନର ପାଚେରିକଡରେ ଶବଦାହ କରୁଛନ୍ତି । ତେବେ ଏହା କାହା ପାଇଁ ନିର୍ମାଣ ହୋଇଛି ବୋଲି ଲୋକେ ପ୍ରଶ୍ନ ଉଠାଇବା ସହ ଏହା ତ୍ୱରାନ୍ୱିତ କାର୍ଯ୍ୟକାରୀ ହେଉ ବୋଲି ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ