ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ଆରମ୍ଭ ହୋଇଛି। ନ୍ୟୁଜିଲାଣ୍ଡ ଭାରତରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ରୋକ୍ ଲଗାଇଛନ୍ତି । ଏହି ନିଷେଧ ୧୧ ଏପ୍ରିଲରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ପ୍ରତିବନ୍ଧକ ନ୍ୟୁଜିଲ୍ୟାଣ୍ଡର ନାଗରିକମାନେ ନିଜ ଦେଶକୁ ଫେରିବା ଉପରେ ମଧ୍ୟ ପ୍ରଯୁଜ୍ୟ ହେବ।
ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଘୋଷଣା କରିଛନ୍ତି ଯେ, ଏପ୍ରିଲ ୧୧ ରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ଏହି ନିୟମ ନ୍ୟୁଜିଲାଣ୍ଡରେ ଏପ୍ରିଲ ୧୧ ରେ ସନ୍ଧ୍ୟା ଚାରିଟାରୁ କାର୍ଯ୍ୟକାରୀ ହେବ।
ସୂଚନାଯୋଗ୍ୟ, ଭାରତରେ ଗତ ୨ ଦିନ ହେଲା ପଜିଟିଭ୍ ମାମଲା ୧ ଲକ୍ଷ ଉପରେ ରହିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶୱ୍ର ୩ ନମ୍ବର ସର୍ବାଧିକ ପ୍ରଭାବିତ ଦେଶ । ବିଶ୍ୱର ସବୁଠାରୁ ଅଧିକ କେସ୍ ଭାରତରେ ହିଁ ଆସୁଛି । ସେହିପରି ଆରୋଗ୍ୟ ଦୃଷ୍ଟିରୁ ମଧ୍ୟ ଭାରତ ଆମେରିକା ପଛରେ ଦ୍ୱିତୀୟରେ ରହିଛି । ମୃତ୍ୟୁସଂଖ୍ୟାରେ ଆମେରିକା, ବ୍ରାଜିଲ ଓ ମେକ୍ସିକୋ ପଛରେ ଭାରତ ରହିଛି ।