ଆଜି ରାଜ୍ୟର ୯ଟି ସହର ୪୦ ଡିଗ୍ରୀ ଉପରେ

 ଭୁବନେଶ୍ୱର : ଆଜି ରାଜ୍ୟର ୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ତତଲାଗଡ଼ କୁହାଯାଉଥିବା ଟିଟିଲାଗଡ଼ରେ ପାରଦ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ରାୟଗଡ଼ାରେ ପାରଦ ୪୦.୨ ଡିଗ୍ରୀ, ବୌଦ୍ଧରେ ୪୧ ଡିଗ୍ରୀ, ସୋନପୁରରେ ୪୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ, ବଲାଙ୍ଗିରରେ ୪୧.୫ ଡିଗ୍ରୀ, ଭବାନୀପାଟଣାରେ ୪୦.୮ ଡିଗ୍ରୀ, ସମ୍ବଲପୁରରେ ୪୦.୧ ଡିଗ୍ରୀ, ଝାରସୁଗୁଡ଼ାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରୀ ଓ କଟକରେ ପାରଦ ୩୫.୬ ଡିଗ୍ରୀ ରହିଛି ।

ସେପଟେ ୮ ତାରିଖରୁ ୧୧ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୮ ତାରିଖ ଲାଗି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଞ୍ଜାମ, କନ୍ଧମାଳ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.

ବ୍ରେକିଂ