ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ। ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଆଦି ନଦୀରେ ବନ୍ୟା ସମ୍ଭାବନା ନାହିଁ । ମହାନଦୀର ଉପରମୁଣ୍ଡ ଛତିଶଗଡରେ ୨ଟି ଅଂଚଳରେ ପ୍ରବଳ ବର୍ଷା ହୋଇଛି । ତଳ ମୁଣ୍ଡରେ ଖଇରମାଳ ଓ ବରମୂଳରେ ଅତି ପ୍ରବଳ ବର୍ଷା ହୋଇଛି ।

ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ୧ଲକ୍ଷ ୬୦ହଜାର କ୍ୟୁସେକ୍ ଜଳ ହୀରାକୁଦରେ ପ୍ରବେଶ କରୁଛି । ସର୍ବାଧିକ ୨ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ପ୍ରବେଶ କରିବା ନେଇ ଆକଳନ କରାଯାଇଛି । ଜଳଭଣ୍ଡାରର ୬ଟି ଗେଟ୍ ଖୋଲାଯିବା ଦ୍ୱାରା ହୀରାକୁଦରୁ ୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବ । ଏ ଦୃଷ୍ଟିରୁ ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ବର୍ତ୍ତମାନ ସୁଦ୍ଧା ନାହିଁ । ଅନ୍ୟ ସ୍ଥାନରେ ବନ୍ୟା ଆଶଙ୍କା ନାହିଁ । ଅତ୍ୟଧିକ ବର୍ଷା ଯୋଗୁଁ କେବଳ ଫ୍ଲାସ୍ ଫ୍ଲଡ଼୍ ହୋଇଛି । ଆଖୁଆପଦାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ଯେହେତୁ କେନ୍ଦୁଝରରେ ବର୍ଷା ଅଧିକ ନାହିଁ ତେଣୁ ଏଠାରେ ବି ବନ୍ୟାର ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ