ରାଜ୍ୟରେ ବର୍ତ୍ତମାନ ଗର୍ଭବତୀଙ୍କୁ କରୋନା ଟିକା ଦିଆଯିବନି

ଭୁବନେଶ୍ୱର: ଗର୍ଭବତୀଙ୍କୁ କରୋନା ଟିକା ଦେବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ପ୍ରସଙ୍ଗରେ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର  ।  ରାଜ୍ୟରେ ବର୍ତ୍ତମାନ ଗର୍ଭବତୀଙ୍କୁ କରୋନା ଟିକା ଦିଆଯିବ ନାହିଁ।  ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯିବା ପରେ କରୋନା ଟିକା ଦିଆଯିବ । ତେଣୁ ନିର୍ଦ୍ଧିଷ୍ଟ ତାଲିମ ପୂର୍ବରୁ ଗର୍ଭବତୀଙ୍କୁ ଟିକା ନ ଦେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟର ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦିଆଯିବ ନାହିଁ । ପୂର୍ବରୁ ଗର୍ଭବତୀଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁରୁ ମାର୍ଗଦର୍ଶିକା ଆସିଥିଲା । କିନ୍ତୁ ଏବେ ଗର୍ଭବତୀମାନଙ୍କୁ ଟିକା ଦିଆଯିବ ନାହିଁ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୁବଶୀଘ୍ର କର୍ମଶାଳାର ଆୟୋଜନ କରିବ। ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ତେଣୁ କିଛି ଦିନ ଅପେକ୍ଷା କରିବାକୁ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର କର୍ମଶାଳା ପରେ ରାଜ୍ୟ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ