ଜୁଲାଇ ଓ ଅଗଷ୍ଟରେ ଜେଇ ମେନ୍ ପରୀକ୍ଷା ହେବ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଘୋଷଣା ହେଲା ଜେଇ ମେନ୍‌ ପରୀକ୍ଷା ତାରିଖ।  ଏପ୍ରିଲ୍ ଓ ମେ’ ମାସରେ ସ୍ଥଗିତ ହୋଇଥିବା ଜେଇ ମେନ୍ ପରୀକ୍ଷା ଜୁଲାଇ ଓ ଅଗଷ୍ଟରେ ଅନୁଷ୍ଠିତ ହେବ। ଏ ନେଇ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଘୋଷଣା କରିଛନ୍ତି ।

ସେହିପରି ଜେଇ ମେନ୍ ପରୀକ୍ଷାର ତୃତୀୟ ସେସନ୍ ଜୁଲାଇ ୨୦ରୁ ୨୫ ତାରିଖ ଯାଏ ଏବଂ ଚତୁର୍ଥ ସିଜନ୍ ଜୁଲାଇ ୨୭ରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ହେବ ବୋଲି ରମେଶ ପୋଖରିୟାଲ କହିଛନ୍ତି  ।

ସେହିଭଳି କରୋନା ଯୋଗୁ ଯଦି କୌଣସି ପରୀକ୍ଷାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରି ନାହିାଁନ୍ତି ତେବେ ସେମାନଙ୍କୁ ଆବେଦନ ପାଇଁ ଦିଆଯିବ। ପରୀକ୍ଷାର୍ଥୀ ଚାହିଁଲେ ପ୍ରଥମ ପର୍ଯ୍ୟାୟ ପାଇଁ ୬ ଜୁଲାଇରୁ ୮ ଜୁଲାଇ ମଧ୍ୟରେ ଆବେଦନ କରିପାରିବେ ଓ ସେହିପରି ଚତୁର୍ଥ ପର୍ଯ୍ୟାୟ ପାଇଁ ଜୁଲାଇ ୨୭ରୁ ଅଗଷ୍ଟ ୨ ଭିତରେ ଆବେଦନ କରିପାରିବେ । ଏଥିସହ ରେଜିଷ୍ଟ୍ରେସନ୍ ସମୟରେ ପ୍ରାର୍ଥୀମାନେ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ମଧ୍ୟ ବଦଳାଇ ପାରିବେ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ