ନୂଆପଡା : ନୂଆପଡାରେ ଏସ୍ଟିଏଫ୍ କୁ ବଡ ସଫଳତା ମିଳିଛି । ସିନାପାଲି ପୋଲିସ ଥାନା ଅଧିନ ପଳାଶପଡ଼ା ଛକ ନିକଟରୁ କଲରାପତରିଆ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ । ଏଥିସହ ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ ହୋଇଛି ।
ନୂଆପଡ଼ାରେ ବାଘ ଛାଲ କାରବାର ହେଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ । ଏହି ସୂଚନା ଆଧାରରେ ଏସ୍ଟିଏଫ୍ ଟିମ୍ ନୂଆପଡ଼ାରେ ଚଢାଉ କରିଥିଲା । ଚଢାଉ ବେଳେ କଲରାପତରିଆ ବାଘ ଛାଲ ଜବତଲ କରିବା ସହ ଘଟଣାରେ ୨ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ଗିରଫ ୨ ଅଭିଯୁକ୍ତ ଖରିଆର ସବୁର୍ବନ ସିଂଦେଓ ଓ ସମାନ ସିଂ ମଝି ବୋଲି ଜଣାପଡିଛି ।