ରାଜ୍ୟରେ ୧୫ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର :  କରୋନାଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ।  ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୮କୁ ବୃଦ୍ଧି ପାଇଥିବା  ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି ।

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ  ଆକ୍ରାନ୍ତ ରହିଥିବା ବେଳେ ରାୟଗଡ଼ାରୁ ୩, ସୁନ୍ଦରଗଡ଼ରୁ ୨, କଳାହାଣ୍ଡିରୁ ୨, ସୁବର୍ଣ୍ଣପୁର, ପୁରୀ ଓ କଟକରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି ।

ଏଥିସହିତ ଖୋର୍ଦ୍ଧା ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୩୭୦କୁ ବୃଦ୍ଧି ପାଇଛି । ସେହିଭଳି ରାୟଗଡ଼ା ଜିଲ୍ଲାରେ  ମୋଟ୍ ୬୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।ସୁନ୍ଦରଗଡ଼ ଜିଲ୍ଲାରେ  ମୋଟ ମୃତ୍ୟୁସଂଖ୍ୟା ୧୯୮କୁ ବୃଦ୍ଧି ପାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । 

Leave A Reply

Your email address will not be published.

ବ୍ରେକିଂ