ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟା ଓ ଡ଼ିଏଫଓଙ୍କ ଲାଏ ଡ଼ିଟେକ୍ସନ ଟେଷ୍ଟ ଶେଷ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ମୃତ୍ୟୁ ମାମଲାରେ ଲାଏ ଡିଟେକସନ୍‌ ଟେଷ୍ଟ । ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଆଜି ଲାଏ ଡିଟେକସନ୍‌ ଟେଷ୍ଟ ହୋଇଛି । ଭୁବନେଶ୍ୱର ଫରେନସିକ୍‌ ଲାବରେ ଲାଏ ଡିଟେକସନ୍‌ ଟେଷ୍ଟ କରାଯାଇଛି । ଏମାନଙ୍କ ନାଁରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ହୋଇଥିଲା । ଆଗକୁ ପଡ଼ିପାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ପାଳି ।

ସୌମ୍ୟଙ୍କ ମୃତ୍ୟୁର ଦୁଇ ମାସ ପରେ ବି ରହସ୍ୟ ଉପରୁ ପରଦା ହଟିନି । ପ୍ରଥମେ ଗଜପତି ପୋଲିସ ତଦନ୍ତ କରିଥିଲା । ଏବେ କ୍ରାଇମବ୍ରାଞ୍ଚ ରହସ୍ୟର ଖିଅ ଖୋଜୁଛି । ପୂର୍ବରୁ ରୋଷେୟା ଓ ଗଜପତି ଡିଏଫଓଙ୍କୁ ମାରାଥନ୍‌ ଜେରା କରିଥିଲା କ୍ରାଇମବ୍ରାଞ୍ଚ । କିଛି ଦିନର ନିରବତା ପରେ ପୁଣି ଥରେ କ୍ରାଇମବ୍ରାଞ୍ଚ ତଦନ୍ତ ତ୍ୱରାନ୍ଵିତ ହୋଇଛି।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ