ଦେଶର ଶୀର୍ଷ କରୋନା ସଂକ୍ରମିତ ୫ ରାଜ୍ୟ ଭିତରେ ଓଡ଼ିଶା

ନୂଆଦିଲ୍ଲୀ: ଦେଶର ଶୀର୍ଷ କରୋନା ସଂକ୍ରମିତ ୫ ରାଜ୍ୟ ଭିତରେ ଓଡ଼ିଶା ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । ଜୁଲାଇରେ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରେ କେରଳରେ ୩୦.୩% ଅଛନ୍ତି । ୨୦.୮% ସହ ମହାରାଷ୍ଟ୍ର ଦ୍ବିତୀୟରେ ଥିବାବେଳେ ୮.୫% ସହ ତାମିଲନାଡୁ ତୃତୀୟ,  ୭.୩% ସହ ଆନ୍ଧ୍ର ଚତୁର୍ଥ ଏବଂ ୬.୫% ସହ ଓଡ଼ିଶା ପଞ୍ଚମରେ ରହିଛି।

ଜୁନ୍ ଏବଂ ଜୁଲାଇରେ ଦେଶର ମୋଟ ସଂକ୍ରମଣରେ ଓଡ଼ିଶାର ସ୍ଥାନ ପଞ୍ଚମ ରହିଛି । ସେହିପରି ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରୁ ଓଡ଼ିଶାରୁ ଗୋଟିଏ । 

Leave A Reply

Your email address will not be published.

ବ୍ରେକିଂ