ଏବର୍ଷ ବି ବୋଲବମ୍ ମନା

ଭୁବନେଶ୍ୱର: ଗତବର୍ଷ ଭଳି ଏ ବର୍ଷ ବି ହେବନି ବୋଲବମ୍ । ରାଜ୍ୟରେ କରୋନା ମହମାରୀ ସ୍ଥିତିରେ ସୁଧାର ଆସି ନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।  ବୋଲବମ୍ ଉପରେ କଟକଣା ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ କାଉଡ଼ିଆମାନେ କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି ।  ରାସ୍ତାରେ କଳସ ଧରି ମନ୍ଦିର ଅଭିମୁଖେ ଯାଇପାରିବେ ନାହିଁ ।

ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ଗତବର୍ଷ କାଉଡ଼ିଆ ଯାତ୍ରାକୁ ରାଜ୍ୟ ସରକାର ବାରଣ କରିଥିଲେ । ଚଳିତ ବର୍ଷ ମଧ୍ୟ ରାଜ୍ୟରେ କୋଭିଡ-୧୯ର ୨ୟ ଲହର ରାଜ୍ୟରେ ଜାରି ରହିଛି । ଦୈନିକ ସଂକ୍ରମଣ ଯଦିଓ ୨୦୦୦ ତଳକୁ ଖସିଛି କିନ୍ତୁ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଇଛି । ଫଳରେ  ସଂକ୍ରମଣ ନିୟନ୍ତ୍ରଣରେ ନଥିବାରୁ ରାଜ୍ୟ ସରକାର ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ।

ଚଳିତ ମାସ ୨୫ ତାରିଖ ଠାରୁ ଶ୍ରାବଣ ମାସ ଆରମ୍ଭ ହେବ । ଏହା ଅଗଷ୍ଟ ୨୨ରେ ଶେଷ ହେବ । କିନ୍ତୁ ବୋଲବମ୍ ଯାତ୍ରା ସମୟରେ ସାମାଜିକ ଦୂରତା ତଥା କୋଭିଡ-୧୯ କଟକଣାର ଉଲ୍ଲଂଘନ ହେବାର ସମ୍ଭାବିତ ଆଶାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ