ରାଜଧାନୀରେ ମୋ ଖତ ବିକ୍ରୟର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜଧାନୀରେ ଜୈବିକ ସାର ମୋ ଖତ ବିକ୍ରୟର ଶୁଭାରମ୍ଭ ହୋଇଛି । ଏହାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭରମ୍ଭ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ପରିମଳରୁ ଏହି ମୋ ଖତ ପ୍ରସ୍ତୁତ ହେଉଛି ।

ବିଏମସି ପକ୍ଷରୁ ସହରର ଆବର୍ଜନା ଡମ୍ପିଂୟାର୍ଡରେ ପଡିବା ପରେ ଏଥିରୁ ପ୍ରସ୍ତୁତ ଜୈବିକ ଖତ ରାଜଧାନୀବାସୀଙ୍କୁ ସୁଲଭ ଦରରେ ମିଳିବ । ଏଥି ସହ କିଛି ମହିଳା ଏସଏଚଜି ଗ୍ରୁପକୁ ନିଯୁକ୍ତି ମିଳିପାରିବ ବୋଲି ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି । ୫କିଲୋ ଜୈବିକ ଖତର ଦାମ ରହିଛି ୧୨୫ ଟଙ୍କା । ଅନଲାଇନରେ ବି ଏହାକୁ ଲୋକେ କିଣିପାରିବେ  ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ