ଯୁକ୍ତ ଦୁଇ ପରୀକ୍ଷା ଫଳ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର କମିଟି ଗଠନ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର କମିଟି ଗଠନ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୪ ଜଣିଆ ସଦସ୍ୟ ବିଶିଷ୍ଟ ଗଠନ କରାଯାଇଛି । ଏହି କମିଟିରେ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବ ଅଧ୍ୟକ୍ଷ ସୁଶାନ୍ତ କୁମାର ଦାସଙ୍କ ସହିତ ସୁବାସ ଚନ୍ଦ୍ର ଦାସ , ସମ୍ବିତ କୁମାର ନାୟକ, ତୁଷାର କାନ୍ତି ତ୍ରିପାଠୀ ପ୍ରମୁଖ ରହିଛନ୍ତି ।  ଆଗାମୀ ୧୦ ଦିନ ଭିତରେ ଏହି କମିଟି ନିଜର ରିପୋର୍ଟ ଦେବକୁ କୁହାଯାଇଛି ।

ଏହି କମିଟି ବିଭିନ୍ନ ଦିଗକୁ ତର୍ଜମା କରିବା ସହିତ ପିଲାମାନଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ଏବଂ ଯୁକ୍ତ ଦୁଇ ଫଳ କିଭଳି ପ୍ରକାଶ ପାଇବ ସେନେଇ ପରାମର୍ଶ ଦେବ ।

ଏହାପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ପରୀକ୍ଷା ଫଳ ପ୍ରକାଶ ନେଇ ବିଶେଷଜ୍ଞ କମିଟି ଗଠନ ହେବ । ଯିଏ କି, ସିବିଏସଇ ପଲିସିକୁ ଅନୁଧ୍ୟାନ କରି ତର୍ଜମା କରିବେ । ଏହାପରେ ପିଲାମାନଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ଏବଂ ଫଳ ପ୍ରକାଶ ପାଇବ ସେନେଇ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ