ଆଚାର୍ଯ୍ୟ ହରିହର କର୍କଟରୋଗ ଅନୁଷ୍ଠାନରେ ଏମଆରଆଇ ଓ ସିଟି ସ୍କାନ ସେବାର ଶୁଭାରମ୍ଭ

କଟକ : କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟରୋଗ ଅନୁଷ୍ଠାନରେ ଏମଆରଆଇ ଓ ସିଟି ସ୍କାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଭର୍ଚୁଆଲ୍‌ ମୋଡ଼ରେ ମୁଖ୍ୟମନ୍ତ୍ରୀ ଉକ୍ତ ପରୀକ୍ଷା ସେବାକୁ ଲୋକାର୍ପିତ କରି ଏମ୍‌ଆର୍‌ଆଇ ଏବଂ ସିଟି ସ୍କାନ୍‌ କ୍ୟାନସର ରୋଗୀଙ୍କ ରୋଗ ନିରୂପଣ ଏବଂ ଚିକିତ୍ସାରେ ସହାୟକ ହୋଇପାରିବ ବୋଲି କହିଛନ୍ତି । ରୋଗୀମାନେ ବିନା ମୂଲ୍ୟରେ ଏହି ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ କ୍ୟାନସର ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି । ସରକାରୀ ଏବଂ ଘରୋଇ ସହଭାଗିତା (ପିପିପି) ମୋଡ଼୍‌ରେ ଲୋକାର୍ପିତ ହୋଇଥିବା ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ସୁବିଧା ରାଜ୍ୟ ସରକାରଙ୍କ ନିଦାନ ଯୋଜନାରେ ରୋଗୀମାନେ ବିନା ମୂଲ୍ୟରେ ପାଇ ପାରିବେ । ଆଗକୁ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ୫୦୦ ଶଯ୍ୟା ସହ ଉତ୍କୃଷ୍ଟ କ୍ୟାନସର ଚିକିତ୍ସା ଉପଲବ୍‌ଧ କରାଯିବ । କେମୋଥେରାପି, ପାଲେଟିଭ୍‌ କେୟାର, ଅପରେସନ୍‌ ଏବଂ ରେଡିଏସନ୍‌ ଚିକିତ୍ସା ଲାଗି ଆହୁରି ଭିତ୍ତିଭୂମି ବୃଦ୍ଧି କରାଯିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ଏଥିସହ  ଜିଲ୍ଲାସ୍ତରରେ ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ହସ୍ପିଟାଲଗୁଡ଼ିକରେ ମଧ୍ୟ କ୍ୟାନସର ରୋଗୀଙ୍କୁ କେମୋ ଏବଂ ଅନ୍ୟାନ୍ୟ ଚିକିତ୍ସା ଯୋଗାଇଦେବା ଲାଗି ସରକାର ବନ୍ଦୋବସ୍ତ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଏସିଏସ ପ୍ରଦୀପ୍ତ ମହାପାତ୍ର, ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ, ଏଏଚପିଜିଆଇସିର ନିର୍ଦ୍ଦେଶକ ଡ଼ା ଲଲାଟେନ୍ଦୁ ଷଢଙ୍ଗୀଙ୍କ ସମେତ ଅନୁଷ୍ଠାନର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ବ୍ରେକିଂ