ନୂଆବର୍ଷରେ ରାଜ୍ୟବାସୀଙ୍କୁ ନବୀନଙ୍କ ଭେଟି: ଆଜିଠୁ ଗଡ଼ିଲା ଆଉ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷପ । ରାଜ୍ୟରେ ଆଜିଠୁ ଗଡ଼ିଲା ଆଉ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ । ନୂଆବର୍ଷରେ ରାଜ୍ୟବାସୀଙ୍କୁ ଏହି ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର ଏଜି ଛକ ସ୍ଥିତ ପରିବହନ ଭବନ ପରିସରରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି । ନିଜସ୍ୱ ପାଣ୍ଠିରେ ରାଜ୍ୟ ସରକାର ସମସ୍ତ ଆମ୍ବୁଲାନ୍ସ କିଣିଛନ୍ତି । ଏହି ୮୪ଟି ଆମ୍ବୁଲାନ୍ସ ରାଜ୍ୟର ୨୭ ଜିଲ୍ଲାରେ ଗଡ଼ିବ ବୋଲି ଜଣାପଡ଼ିଛି । ଆଉ ଏଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯିବ ।

ଏବେ ରାଜ୍ୟରେ ମୋଟ ୫୧୮ଟି ୧୦୮ ଆମ୍ବୁଲାନ୍ସ, ୫୦୦ଟି ଜନନୀ ଏକ୍ସପ୍ରେସ ଚାଲୁଛି । ୨୦୧୩ ମସିହାରୁ ରାଜ୍ୟବାସୀଙ୍କୁ ଏହି ଜରୁରୀ କାଳୀନ ସେବା ଯୋଗାଉଛନ୍ତି ସରକାର । ସେହିପରି ମାଲକାନଗିରି ବିଛିନ୍ନାଞ୍ଚଳରେ ୬ ଟି ୧୦୮ ବୋଟ ଆମ୍ବୁଲାନ୍ସ ମଧ୍ୟ ଚାଲୁଛି ।

ଜନତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦେକ୍ଷପ ନିଆଯାଇଥିବା କହିଛନ୍ତି ମହାପାତ୍ର ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ମୁଖ୍ୟ ସଚିବ ପି କେ ମହାପାତ୍ର । ଆଗାମୀ ସମୟରେ ପର୍ଯ୍ୟାୟ କ୍ରମେ ୧୯ଟି ଓ ୨୮ଟି ଆମ୍ବୁଲାନ୍ସ ସେବାର ଆରମ୍ଭ କରାଯିବ ।

ତେବେ ଏହି ଉଦ୍ଦଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ , ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ମୁଖ୍ୟ ସଚିବ, ପି କେ ମହାପାତ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ବ୍ରେକିଂ