ସ୍ୱର୍ଣ୍ଣ ପଦକ ବିଜେତା ଝିଲି ଦଳବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଝିଲ୍ଲି ଦଳ ବେହାରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଛା । ଝିଲିଙ୍କୁ ଶୁଭେଛା ବାର୍ତ୍ତା ଦେବା ସହ ସଫଳ ଭବିଷ୍ୟତର କାମନା କରିଛନ୍ତି ନବୀନ। ରାଜ୍ୟ କ୍ରୀଡ଼ା ବିଭାଗ ଶୁଭେଛା ଜଣାଇଛି ।

ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ପାଇଛନ୍ତି ।

ଭାରୋତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଜିର ପ୍ରତିଯୋଗିତକାରେ ସେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଫିଲିପାଇନ୍ସରେ ମ୍ୟାରି ଫ୍ଲୋର ଡିଆଜ ସିଲଭର ପଦକ ପାଇଛନ୍ତି । ଏହା ବ୍ୟତୀତ ସେ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି ।

 

 

Leave A Reply

Your email address will not be published.

ବ୍ରେକିଂ