ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଡାଇନାମିକ୍ସ ଅଫ ଇଣ୍ଡୋ ସାଉଥ୍ ଆଫ୍ରିକାନ୍ କୋ-ଅପରେଶନ ଇନ୍ ଦ ଚେଞ୍ଜିଂ ଓ୍ବାଲ୍ଡ’ ଲୋକାର୍ପିତ

ଭୁବନେଶ୍ୱର: ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ ଡାଇନାମିକ୍ସ ଅଫ ଇଣ୍ଡୋ ସାଉଥ ଆଫ୍ରିକାନ କୋ-ଅପରେଶନ ଇନ ଦ ଚେଞ୍ଜିଂ ଓ୍ବାଲ୍ଡ  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି ।

ଏହି ପୁସ୍ତରକରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଓ ସଂପର୍କ ଉଲ୍ଲେଖ ରହିଛି । ସେହିପରି ଉପନିବେଶବାଦ ବିରୋଧରେ ଉଭୟ ଦେଶର ସଂଗ୍ରାମ ଉଭୟଙ୍କୁ ନିକଟତର କରିଛି । ମହାତ୍ମା, ମାଦିବା ଓ ଜାହାଜି ଭାଇମାନେ ଦୁଇ ଦେଶର ଭାବଗତ ସଂପର୍କର ନିଦର୍ଶନ ହୋଇଛି । ମହାତ୍ମାଗାନ୍ଧୀଙ୍କ ରାଜନୈତିକ ଜୀବନର ମୂଳଦୁଆ ଦକ୍ଷିଣ ଆଫ୍ରିକାରୁ ହିଁ ପଡିଥିଲା। ବର୍ଣ୍ଣବୈଷମ୍ୟବାଦ ବିରୋଧରେ ସେଠାରେ ତାଙ୍କର ଅହିଂସା ସଂଗ୍ରାମ ତାଙ୍କୁ ନୂଆ ପରିଚୟ ଦେଇଥିଲା । ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ସଂଖ୍ୟା ଏବେ ମୋଟ ଲୋକସଂଖ୍ୟାର ୩ ପ୍ରତିଶତ।

ବର୍ଣ୍ଣବୈଷମ୍ୟବାଦର ଅବସାନ ପରେ ୧୯୯୪ ଠାରୁ ଉଭୟ ଦେଶ NAM, G-୭୭ ଓ BRICS ଆଦି ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକାଠି କାର୍ଯ୍ୟ କରି ସେମାନଙ୍କ ମଧ୍ୟରେ ଥିବା ଐତିହାସିକ ସଂପର୍କକୁ ସୁଦୃଢ କରିଛନ୍ତି । କୋଭିଡ଼   ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଉଭୟ ରାଷ୍ଟ୍ର ଏକାଠି କାମ କରିଛନ୍ତି । ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ cosmopolitanism ଓ nativism ଉଭୟ ଦେଶ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ଡଃ ଦାଶ ତାଙ୍କ ପୁସ୍ତକରେ ମତବ୍ୟକ୍ତ କରିଛନ୍ତି। ଏହା ହିଁ ଆଗାମୀ ଦିନରେ ଭାରତ ଓ ଦକ୍ଷିଣ ଆଫ୍ରିକାର ସଂପର୍କକୁ ନୂଆ ସ୍ତରରେ ପହଞ୍ଚାଇବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ