ମାଓ ମୁକାବିଲା ବୈଠକରେ କେନ୍ଦ୍ର ଆଗରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ୫ଟି ପ୍ରସ୍ତାବ

ନୂଆଦିଲ୍ଲୀ : ଦିଲ୍ଲୀରେ କେନ୍ଦ୍ରର ମାଓ ମୁକାବିଲା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ପ୍ରସ୍ତାବ ରଖିଛନ୍ତି  । ପ୍ରଥମତଃ ମାଓ ପ୍ରଭାବିତ ଅଞ୍ଚଳରେ ସଡ଼କ ଯୋଗାଯୋଗର ବିକାଶ ପାଇଁ ପ୍ରସ୍ତାବ ।ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ଏନଏଚ୍-୩୨୬ ର ଚାରି ଲେନ୍ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି।  ଦ୍ଵିତୀୟତଃ ମାଓ ପ୍ରଭାବିତ ଜିଲ୍ଲାରେ ରେଳ ଯୋଗାଯୋଗ ପାଇଁ ନବୀନ ପ୍ରସ୍ତାବ ଦେଇଛନ୍ତି । ମାଲକାନଗିରି-ଭଦ୍ରାଚଳମ ୧୫୩ କିମି ରେଳପଥ , ନବରଙ୍ଗପୁର-ଜୁନାଗଡ଼ ୧୧୮ କିମି ରେଳପଥ ପାଇଁ ପ୍ରସ୍ତାବ ଦେଇଛନ୍ତି ନବୀନ   ରେଳ ଓ ସଡ଼କ ପଥ ବିକାଶ ଦ୍ବାରା ଅର୍ଥନୈତିକ ବିକାଶ କରାଯାଇ ପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି 

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମୋବାଇଲ୍‌ ନେଟ୍‌ୱର୍କ ସ୍ଥାପନ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ   ଓଡ଼ିଶାର ୬୨୭୮ ଗାଁରେ ମୋବାଇଲ୍‌ ନେଟୱର୍କ ନଥିବା ଦର୍ଶାଇଛନ୍ତି ନବୀନ ଅନ୍ୟୂନ ୨ ହଜାର ମୋବାଇଲ୍‌ ଟାୱାର ସ୍ଥାପନ ପାଇଁ ଦେଇଛନ୍ତି ।   ୨G ବ୍ୟବସ୍ଥାର ଉନ୍ନତିକରଣ ହେଉ, ଅନ୍ୟ ସ୍ଥାନରେ ୪G ନେଟୱର୍କ ଦିଆଯାଉ ବୋଲି ସେ କହିଛନ୍ତି

ମାଓ ପ୍ରଭାବିତ ଜିଲ୍ଲାରେ ବ୍ୟାଙ୍କ ଶାଖା ଖୋଲିବାକୁ ନବୀନ ପ୍ରସ୍ତାବ ଦେଇଛନ୍ତି।  ବ୍ୟାଙ୍କ ପାଇଁ ଜମି ଓ କୋଠା ମାଗଣାରେ ଯୋଗାଇବାକୁ  ପ୍ରତିଶ୍ରୁତି ଦେବା ସହ ବର୍ଷକ ଭିତରେ ବ୍ୟାଙ୍କ ଶାଖା ଖୋଲିବାକୁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଏହି ମାଓ ପ୍ରଭାବିତ ଅଞ୍ଚଳରୁ କେତେ ପିଲା ନିଟ୍, ଆଇଆଇଟି ଓ ଜେଇଇ ଇତ୍ୟାଦି ଜାତୀୟ ସ୍ତରର ପରୀକ୍ଷାରେ ସଫଳ ହୋଇଛନ୍ତି ସେନେଇ କେନ୍ଦ୍ର ସରକାର ଏକ ଅଧ୍ୟୟନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୦ଟି ମାଓ ପ୍ରଭାବିତ ରାଜ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.

ବ୍ରେକିଂ