ଏକ କୋଟି ଟିକାକରଣ କରି ଓଡିଶାର ସଫଳତା ହାସଲ

ଭୁବନେଶ୍ୱର: ପୁରା ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏବେ ଠାରୁ ଭୟ ବଢାଇଛି ତୃତୀୟ ଲହର ଆଶଙ୍କା । ଏହାରି ମଧ୍ୟରେ ରାଜ୍ୟ ଗୁଡିକରେ ଟିକାକରଣକୁ ତ୍ୱରାନିତ୍ୱ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ ଆହ୍ୱାନ ଦେଇଥିବା ବେଳେ ବର୍ତମାନ ଟିକାକରଣରେ ଏକ କୋଟି ଅତିକ୍ରମ କରି ସଫଳତା ହାସଲ କରିଛି ଓଡିଶା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ମୋଟ ୮୧.୮୪ ଲକ୍ଷ ଲୋକ ପ୍ରଥମ ଡୋଜ ଏବଂ ୧୮.୨୧ ଲକ୍ଷ ଟିକା ଦ୍ୱିତୀୟ ଡୋଜ ପାଇଛନ୍ତି । ଏନେଇ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ସ୍ବାସ୍ଥ୍ୟ କର୍ମୀ, ଆଗଧାଡିର କୋଭିଡ ଯୋଦ୍ଧାଙ୍କ ସମେତ ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ଏକ କୋଟିରୁ ଅଧିକ ଲୋକଙ୍କୁ ଭ୍ୟାକସିନ ଦିଆସରିଛି । ୨୦୨୧ ଜାନୁଆରୀ ୧୬ ତାରିଖରୁ ରାଜ୍ୟରେ ନିରନ୍ତର ଭାବେ ଟିକାକରଣ ଜାରି ରହିଛି ।

ତେଣୁ ଓଡିଶାରେ ସଫଳତାର ସହିତ ଟିକାକରଣ ଜାରି ରହିଥିବାରୁ କୋଭିଡ୍ ୧୯ ବିରୁଦ୍ଧରେ ନିରନ୍ତର ଲଢୁଥିବା ଆମ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

Leave A Reply

Your email address will not be published.

ବ୍ରେକିଂ