ଡିଏଲ୍‌ ଟେଷ୍ଟିଂ ପାଇଁ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍ ଟେଷ୍ଟିଂ ।କରୋନା ପରିସ୍ଥିତିରେ ସୁଧାର ଆସିବା ଏ ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କେବଳ ବି କ୍ୟାଟାଗୋରୀ ଜିଲ୍ଲାରେ ଡିଏଲ୍ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । ଏ ନେଇ ପରିବହନ କମିଶନ ଅରୁଣ ବୋଥ୍ରା ବିଜ୍ଞପ୍ତି ଜାରି କରିଛନ୍ତି । ଜୁଲାଇ ୧୩ତାରିଖରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ ନେଇ ଅନୁମତି ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଧ୍ୟାନରେ ରଖି ଏପ୍ରିଲ ୨୦ଠାରୁ ଡିଏଲ୍ ଓ ଏଲଏଲ୍ ଟେଷ୍ଟିଂକୁ ବନ୍ଦ କରି ଦିଆଯାଇଥିଲା ।

ବାଲେଶ୍ୱ, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ନୟାଗଡ଼ ଜିଲ୍ଲାରେ ୧୩ ତାରିଖରୁ ଏହି ଟେଷ୍ଟିଂ ଆରମ୍ଭ ହେବ କିନ୍ତୁ ୧୪ ତାରିଖରୁ ପୁରୀରେ ଏହି ଟେଷ୍ଟିଂ ଆରମ୍ଭ ହେବ । ଆସନ୍ତା ୧୨ ତାରିଖରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଡିଏଲ୍‌ ଟେଷ୍ଟିଂକୁ ସ୍ଥଗିତ ରଖାଯାଇଛି । ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ ଟେଷ୍ଟିଂ ପାଇଁ ୧୦ ଜୁଲାଇ ସକାଳ ୧୧ ଟାରୁ ସ୍ଳଟ୍ ବୁକିଂ ଆରମ୍ଭ ହେବ । ତେବେ ପୁରୀ ଜିଲ୍ଳାରେ ୧୩ ଜୁଲାଇ ଦିନ ୧୧ଟାରୁ ସ୍ଳଟ୍ ବୁକିଂ ଆରମ୍ଭ ହେବ ।

Leave A Reply

Your email address will not be published.

ବ୍ରେକିଂ