ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଚିଠା ପ୍ରସ୍ତାବ ଚୂଡାନ୍ତ

ପୁରୀ: ପୁରୀ ଶ୍ରୀମନ୍ଦିର ଐତିହ୍ୟ  କରିଡର ପାଇଁ ଆଜି ଚିଠା ପ୍ରସ୍ତାବ ଚୂଡାନ୍ତ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଚିଠା ପ୍ରସ୍ତାବ ଚୂଡାନ୍ତ ହୋଇଛି। ଆସନ୍ତା ଜୁନ ୧ରୁ ପ୍ରକଳ୍ପ କାମ ଆରମ୍ଭ ହେବ। ତେଣୁ ଫେବୃଆରୀ ୨୮ ଐତିହ୍ୟ ପ୍ରକଳ୍ପର ଅନୁମୋଦନ କାର୍ଯ୍ୟ ଶେଷ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି।

ବୈଠକ ପରେ ସେବାୟତ, ମଠ ଓ, ପୁରୀବାସୀଙ୍କୁ ଶ୍ରେୟ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।  ଐତିହ୍ୟ ପ୍ରକଳ୍ପରେ ୩ଟି ପ୍ରମୁଖ ବିଷୟରେ ଗୁରୁତ୍ୱ ଦିଆଯାଇଛି।ଶ୍ରୀମନ୍ଦିର, ଭକ୍ତଙ୍କ ସୁରକ୍ଷା ଓ ମୈଳିକ ସୁବିଧା ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ସ୍ୱତନ୍ତ୍ର ନୀତିକାନ୍ତି ବେଳେ କିଭଳି  ଅଧିକ ସମାଗମକୁ ନିୟନ୍ତ୍ରଣ କରାଯିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି।

ପ୍ରସ୍ତାବିତ ଐତିହ୍ୟ ପ୍ରକଳ୍ପକୁ ୪ଟି ଭାଗରେ ବିଭକ୍ତ କରାଯାଇଛି। ଐତିହ୍ୟ କରିଡର, ଅଭ୍ୟର୍ଥନା କକ୍ଷ, ମୌଳିକ ସୁବିଧା ଓ ଭଙ୍ଗାଯାଇଥିବା ମଠର କିଭଳି ହେବ ପୁନଃବିକାଶ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି।

ପ୍ରକଳ୍ପ କାମ ହେଲେ ୫୫ରୁ ୭୫ ମିଟର ସଟରଲେନ ରହିବ, ବ୍ୟାଟେରୀ ଚାଳିତ ଗାଡି କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ସ୍ଥାୟୀ ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ  । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଏସପି କନଓ୍ବର ବିଶାଲ ସିଂ ଙ୍କ ସମେତ ୧୮ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ