କୋଟିଆରେ ଆନ୍ଧ୍ରର ନିର୍ବାଚନ ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ

ଭୁବନେଶ୍ୱର :  ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ ଲାଗି ଆନ୍ଧ୍ରପ୍ରଦେଶ ନୋଟିଫିକେସନ୍ ଜାରି କରିଛି । ତେବେ ଏହାକୁ ବିରୋଧ କରିଛନ୍ତି  ଓଡ଼ିଶା ସରକାର । ଏହାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କରିଛନ୍ତି ।

ପଡ଼ୋଶୀ ରାଜ୍ୟକୁ କୋଟିଆରେ ନିର୍ବାଚନରୁ ବିରତ ରହିବା ଲାଗି  ନିର୍ଦ୍ଦେଶ ଦେବାକୁ  କୋର୍ଟରେ ଆବେଦନ କରିଛନ୍ତି ଓଡ଼ିଶା ସରକାର । କୋଟିଆରେ ଆନ୍ଧ୍ରର ନିର୍ବାଚନକୁ କୋର୍ଟ ଅବମାନନା ବୋଲି ବିଚାର କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାବି କରିଛି । ଆଜି କୋଟିଆରେ ସମିତି ମେମ୍ବର ଓ ଜିଲ୍ଲା ପରିଷଦ ଲାଗି ଭୋଟ୍ ଗ୍ରହଣ କରିବାକୁ ଆନ୍ଧ୍ରପ୍ରଦେଶର ବିଜ୍ଞପ୍ତି ପ୍ରକାଶ ପରେ  ଓଡିଶା ଏହି ପଦକ୍ଷେପ ନେଇଛି।

ପୂର୍ବରୁ ଆନ୍ଧ୍ର ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ଉପରେ କଟକଣା ଲଗାଇଥିଲେ । ପରେ ବୁଧବାର ତିନିଜଣିଆ ଖଣ୍ଡପୀଠ ନିର୍ବାଚନ ନେଇ କରିଥିବା କଟକଣାକୁ ହଟାଇ ନେଇଥିଲେ । ଏଥିସହ ଭୋଟ୍ ଗଣତି ୧୦ ତାରିଖରେ କରିବାକୁ ନିର୍ଦ୍ଧାରିତ କରିଥିଲେ ।

ଆନ୍ଧ୍ରର ନିର୍ବାଚନକୁ ଚେକ୍ ଦେବାକୁ ଯାଇ ବୁଧବାର ଠାରୁ କୋଟିଆରେ କୋରାପୁଟ ବିଜେଡି, ବିଜେପି ଓ କଂଗ୍ରେସର ନେତା ଡେରା ପକାଇଛନ୍ତି । ପ୍ରଶାସନ ପକ୍ଷରୁ କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି ହୋଇଛି । ଅତି ଜରୁରୀ ନଥିଲେ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

Leave A Reply

Your email address will not be published.

ବ୍ରେକିଂ