ବ୍ଲାକ ଫଙ୍ଗସ୍ ପାଇଁ ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ

ଭୁବନେଶ୍ୱର: କରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସ ବା ମିକୋରମାଇକୋସିସ୍ ସଂକ୍ରମଣକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ରାଜ୍ୟରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ମଧ୍ୟ ବଢିଯାଇଛି। ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଗାଇଡଲାଇନ କରିବାକୁ କମିଟି  ଗଠନ କରିଛନ୍ତି  ରାଜ୍ୟ ସରକାର । ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ ହୋଇଛି ।

ଏହି କମିଟି ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ବ୍ଲାକ ଫଙ୍ଗସ ରୋଗୀଙ୍କ ତର୍ଜମା କରିବ ।  ରୋଗୀଙ୍କ ସ୍ଥିତି ତର୍ଜମା କରି ଗାଇଡଲାଇନ ଜାରି କରିବ । ତ୍ଵରିତ ରୋଗ ଚିହ୍ନଟ ଓ ପରିଚାଳନା ନେଇ ଗାଇଡଲାଇନ ଜାରି କରିବ କମିଟି । ଏସସିବି ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡ. ନିରୁପମା ଚଇନିଙ୍କୁ କମିଟିର ଅଧ୍ୟକ୍ଷା କରାଯାଇଛି । ଏହାସହ କମିଟିରେ ମେଡିସିନ, ଇଏନ୍‌ଟି, ଛାତି ରୋଗ ବିଭାଗର ମୁଖ୍ୟ ଆଦି ସଦସ୍ୟ ଅଛନ୍ତି। 

ସବୁ ସରକାରୀ ମେଡିକାଲ କଲେଜରେ ଏକ୍ସପର୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଏଭଳି ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ମଧ୍ୟ ମେଡିକାଲ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.

ବ୍ରେକିଂ