କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ୩୩୩.୮କୋଟି ଅନୁଦାନ

ଭୁବନେଶ୍ଵର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୫ଟି ରାଜ୍ୟକୁ ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର  । ୨୫ଟି ରାଜ୍ୟକୁ ମୋଟ ୮୯୨୩.୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛି କେନ୍ଦ୍ର। ତନ୍ମଧ୍ୟରୁ ଓଡ଼ିଶାକୁ ୩୩୩.୮କୋଟି ମିଳିଥିବା ଜଣାପଡିଛି । ଏହି ଅନୁଦାନ ଗ୍ରାମାଞ୍ଚଳରେ  ଖର୍ଚ୍ଚ ହେବ ।  ଅର୍ଥ ମନ୍ତ୍ରଣାଳୟ ରବିବାର ଟ୍ଵିଟ କରି ଏହି ସୂଚନା ଦେଇଛି।

ଆନ୍ଧ୍ରପ୍ରଦେଶକୁ ୩୮୭. ୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅରୁଣାଞ୍ଚଳ ପ୍ରଦେଶକୁ ୩୪ କୋଟି, ଆସାମକୁ ୨୩୭.୨ କୋଟି, ବିହାରକୁ ୭୪୧.୮ କୋଟି, ଛତିଶଗଡକୁ ୨୧୫ କୋଟି, ଗୁଜୁରାଟକୁ ୪୭୨.୪ କୋଟି, ହରିୟାଣାକୁ ୧୮୭ କୋଟି, ହିମାଚଳ ପ୍ରଦେଶକୁ ୬୩.୪ କୋଟି, ଝାଡଖଣ୍ଡକୁ ୨୪୯.୮ କୋଟି, କର୍ଣ୍ଣାଟକକୁ ୪୭୫.୪ କୋଟି, କେରଳକୁ ୨୪୦.୬ କୋଟି, ମଧ୍ୟ ପ୍ରଦେଶକୁ ୫୮୮.୮ କୋଟି, ମହାରାଷ୍ଟ୍ରକୁ ୮୬୧.୪ କୋଟି, ମଣିପୁରକୁ ୨୬.୨ କୋଟି, ମିଜୋରାମକୁ ୧୩.୮ କୋଟି, ଓଡିଶାକୁ ୩୩୩. ୮ କୋଟି ପ୍ରଦାନ କରାଯାଇଛି ।

ସେହିପରି ପଞ୍ଜାବକୁ ୨୦୫.୨ କୋଟି, ରାଜସ୍ଥାନକୁ ୫୭୦.୮ କୋଟି, ସିକିମକୁ ୬.୨ କୋଟି, ତାମିଲନାଡୁକୁ ୫୩୩.୨ କୋଟି, ତେଲେଙ୍ଗାନାକୁ ୨୭୩ କୋଟି, ତ୍ରିପୁରାକୁ ୨୮.୨ କୋଟି, ଉତ୍ତର ପ୍ରଦେଶକୁ ୧୪୪୧.୬ କୋଟି, ଉତ୍ତରାଖଣ୍ଡକୁ ୮୫ କୋଟି, ପଶ୍ଚିମବଙ୍ଗକୁ ୬୫୨. ୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ