୧୮ ବର୍ଷରୁ ଅଧିକ ବୟସ୍କ ହିତାଧିକାରୀଙ୍କ ଦ୍ଵିତୀୟ ଡୋଜ ଟୀକାକରଣକୁ ପ୍ରାଥମିକତା

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୧୮ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ଦ୍ଵିତୀୟ ଡୋଜ ଟୀକାକରଣକୁ ପ୍ରାଥମିକତା ଦେବାକୁ ଓଡିଶା ସରକାର ସୋମବାର ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ସମସ୍ତ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଚିିଠି ଲେଖିଛନ୍ତି ।

ଯେଉଁ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୧୮ ବର୍ଷରୁ ଅଧିକ ବୟସ୍କ ନାଗରିକ ପ୍ରଥମ ଡୋଜ ନେଇ ସମୟସୀମା ମଧ୍ୟରେ ଦ୍ଵିତୀୟ ଡୋଜ ପାଇପାରିନାହାନ୍ତି ସେମାନଙ୍କୁ ପ୍ରାଥମିକତା ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

“କୋ-ୱିନ୍ ପୋର୍ଟାଲରେ ଡାଟାବେସର ବିଶ୍ଳେଷଣ ଅନୁଯାୟୀ, ୬୪,୪୬୫ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ୩୪,୮୯୩ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୯୩,୧୯୧ ୧୮ ବର୍ଷରୁ ଅଧିକ ବୟସ୍କଙ୍କର ଦ୍ୱିତୀୟ ଡୋଜ ଟୀକାକରଣ ହେବାକଥା ।  କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କର ଟୀକାକରଣ କରାଯାଇ ନାହିଁ। ଦ୍ୱିତୀୟ ଡୋଜ ପାଇଁ ହିତାଧିକାରୀଙ୍କ ତାଲିକା ବ୍ୟବହାର କରିବାକୁ ଏବଂ  ତୁରନ୍ତ ସେମାନଙ୍କର ଟୀକାକରଣ କରିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ କୁହାଯାଇଛି ।

Leave A Reply

Your email address will not be published.

ବ୍ରେକିଂ