ଟିକା କାମ ଦେଉଛି କି ନାହିଁ ତର୍ଜମା କରିବାକୁ ୮ ଜଣିଆ ବୈଷୟିକ କମିଟି ଗଠନ

ଭୁବନେଶ୍ୱର:  କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେବା ପରେ ବି କିଛି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଉଛନ୍ତି  ଏହା ନଜରକୁ ଆସିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଏଭଳି ଘଟଣାର କାରଣ ଜାଣିବାକୁ ଭୁବନେଶ୍ୱର ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର।

ତେବେ କମିଟିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆବାହକ ରହିବେ । ଏହି କମିଟି ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରିବ। ଟୀକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ଓ କେତେ ଭଲ ହେଉଛନ୍ତି ଓ କେତେ ଗୁରୁତର ହେଉଛନ୍ତି ସେ ନେଇ ତର୍ଜମା କରିବ କମିଟି । 

Leave A Reply

Your email address will not be published.

ବ୍ରେକିଂ