ଜୁନ ୧୭ ପର୍ଯ୍ୟନ୍ତ ଓଡ଼ିଶା ମାନବାଧିକାର ଆୟୋଗକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଓ ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ ୧୭ ପର୍ଯ୍ୟନ୍ତ ଓଡ଼ିଶା ମାନବାଧିକାର ଆୟୋଗକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି। କମିଶନଙ୍କ କାର୍ଯ୍ୟାଳୟକୁ ସାଧାରଣ ଜନତା, ପିଟିସନର ତଥା ବିଭିନ୍ନ ପକ୍ଷଙ୍କର ପ୍ରବେଶ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆସନ୍ତା ୧୭/୦୬/୨୦୨୧ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି ।

ଅଭିଯୋଗକାରୀଙ୍କ ପଂଜୀକରଣ ଏବଂ ଯାଞ୍ଚ କାର୍ଯ୍ୟ ନିୟମିତ ଚାଲୁ ରହିବ । ଏହି ସମୟରେ ଅତିଜରୁରୀ କେଶଗୁଡ଼ିକର ଶୁଣାଣି କରାଯିବ । କାର୍ଯ୍ୟାଳୟ ଇମେଲ ohrc@nic.in ମାଧ୍ୟମରେ ଅଭିଯୋଗ ପିଟିସନ୍‌ ଦାଖଲ କରାଯାଇପାରିବ । ଜରୁରୀ ଶୁଣାଣି ପାଇଁ କାର୍ଯ୍ୟାଳୟ ସହକାରୀ ରେଜିଷ୍ଟାଙ୍କୁ ୮୭୬୩୬୪୨୦୮୦ ମୋବାଇଲ ନମ୍ବରରେ ସମ୍ପର୍କ କରାଯାଇପାରିବ । ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ ପକ୍ଷ ନିଜର ମୋବାଇଲ ନମ୍ବର ଏବଂ ଇ-ମେଲ ଆଇଡି ଦେଇ ଓଡ଼ିଶା ମାନବାଧିକାର ଆୟୋଗ ଅଧ୍ୟକ୍ଷଙ୍କ ଅନୁମତିକ୍ରମେ ଭର୍ଚୁଆଲ ମାଧ୍ୟମରେ ନିଜର ଅଭିଯୋଗ କରିପାରିବେ ।

Leave A Reply

Your email address will not be published.

ବ୍ରେକିଂ