ଶାଶୂ ସହ ମିଶି ମଦ ବେପାର କରୁଥିଲା ଇଞ୍ଜିନିୟର ବୋହୂ, ଧରିଲା ପୋଲିସ

ଭଦ୍ରକ: ରାଜ୍ୟରେ ଅନେକ ସ୍ଥାନରେ ମଦ ବିରୋଧୀ ଆନ୍ଦୋଳନ ହେଉଛି। ଆନ୍ଦୋଳନର ମୂଖ୍ୟ ପୁରୋଧା ହେଉଛନ୍ତି ମହିଳା। ଅଧିକାଂଶ ସ୍ଥାନରେ ମଦକୁ ବିରୋଧ କରି ମହିଳାମାନେ ରାସ୍ତାକୁ ଓହ୍ଲାଉଛନ୍ତି।  ସବୁଠି ମଦକୁ ମହିଳା ବିରୋଧ କରୁଥିବା ବେଳେ ଭଦ୍ରକରୁ ଆସିଛି ଆଶ୍ଚର୍ଯ୍ୟ କଲାଭଳି ଖବର। ମଦ ବେପାର କରୁଥିବା ଇଞ୍ଜିନିୟର ବୋହୂ ସହ ଶାଶୂଙ୍କୁ ଗିରଫ କରିଛି ପୋଲିସ।

ସୂଚନାନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଲା ପଞ୍ଚାୟତର ଘୁଷୁରୀ ପୋଖରୀ ଗାଁରେ ଦୀର୍ଘ ଦିନ ହେଲା ଏହି ଶାଶୂ ବୋହୁ ଦେଶୀ ମଦ କାରଖାନା ଚଲାଇ ଆସୁଥିଲେ। ହେଲେ କୌଣସି ସୂଚତ୍ର ପୋଲିସ ଖବର ପାଇ ଆଜି ରେଡ୍ କରିଥିଲା। ସେଠାରୁ ପୋଲିସ ଏକ ହଜାର ଲିଟରରୁ ଅଧିକ ଦେଶୀ ମଦ, ନଗଦ ଏକ ଲକ୍ଷ ଟଙ୍କା ସହ ୨ଟି ଗାଡିକୁ ମଧ୍ୟ ଜବତ କରିଛି। ଦୈନିକ ଏଠାରେ ଲକ୍ଷାଧିକ ଟଙ୍କାର ମଦ ବିକ୍ରି ହେଉଥିବା ଜଣାପଡିଛି। ଶିକ୍ଷିତ ବୋହୂର ମଦ ବେପାର ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ମଦ ବେପାର କରୁଥିବା ଶାଶୂ, ବୋହୂଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ। ଶାଶୂ, ବୋହୂ କାହା ସହାୟତାରେ ଦେଶୀ ମଦ କାରଖାନା ଖୋଲି ବ୍ୟବସାୟ କରୁଥିଲେ ତାର ଖୋଳତାଡ କରୁଛି ପୋଲିସ।

Leave A Reply

Your email address will not be published.

ବ୍ରେକିଂ