ପ୍ରାକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ୱର: ପ୍ରାକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ସୂଚୀ । ଚଳିତ ବର୍ଷ ମେ’ ୩ରୁ ୧୫ ଯାଏ ସକାଳ ୮ଟାକୁ ୧୦ ପର୍ଯ୍ୟନ୍ତ ପରୀକ୍ଷା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ମେ ୩ରେ ପ୍ରଥମ ମାତୃଭାଷା ଓଡିଆ ପରୀକ୍ଷା ହେବ । ୫ରେ ଦ୍ୱିତୀୟ ଭାଷା ଇଂରାଜୀ, ୭ରେ ତୃତୀୟ ଭାଷା ହିନ୍ଦୀ , ୮ରେ ସଂସ୍କୃତ, ୧୦ରେ ଗଣିତ ପରୀକ୍ଷା ହେବ ।  ସେହିପରି  ୧୨ରେ ବିଜ୍ଞାନ,  ୧୫ରେ ସମାଜିକ ବିଜ୍ଞାନ ପରୀକ୍ଷା ହେବ ।

ଦୈନିକ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ଯାଏ ଚାଲିବ । ତେବେ, ଛାତ୍ରଛାତ୍ରୀଙ୍କୁ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ମିଳିବ । ପରୀକ୍ଷା ପୂର୍ବରୁ ୭ଟା ୪୫ରେ ଉଭୟ ଅବଜେକ୍ଟିଭ୍ ଓ ସବଜେକ୍ଟିଭ୍ ପ୍ରଶ୍ନପତ୍ର ବଣ୍ଟାଜିବ ।

ଅବଜେକ୍ଟିଭ୍ ସକାଳ ୮ଟାରୁ ୯ଟା, ସବଜେକ୍ଟିଭ୍ ୯ଟାରୁ ୧୦ଟା ମଧ୍ୟରେ ହେବ । ଗଣିତ ଅବଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ୧୫ ଚାଲିବ । ତେବେ, ଏଥର ପରୀକ୍ଷା ସହଜ ଦୃଷ୍ଟିରୁ ୫୦ ମାର୍କର ଅବଜେକ୍ଟିଭ୍ ରଖାଯାଇଛି। ଏହି ପରୀକ୍ଷା ୮ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ। ୯ଟାରୁ ୧୦ଟା ପର୍ଯ୍ୟନ୍ତ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଦେବେ। ଏଥର ନିଜ କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.

ବ୍ରେକିଂ