ମାଟ୍ରିକ୍‌ ଅଫ ଲାଇନ୍‌ ପରୀକ୍ଷାରେ ପ୍ରଶ୍ନପତ୍ରକୁ ନେଇ ବିଭ୍ରାଟ

କଟକ:  ମାଟ୍ରିକ୍‌ ଅଫ ଲାଇନ୍‌ ପରୀକ୍ଷାରେ ପ୍ରଶ୍ନପତ୍ରକୁ ନେଇ ବିଭ୍ରାଟ। ମଙ୍ଗଳବାର କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ପରୀକ୍ଷାରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ  ଦିଆଯାଇଥିଲା ୨୦୧୪ର ଏକ୍ସରେଗୁଲାର ପ୍ରଶ୍ନପତ୍ର । ପରେ ସେମାନଙ୍କୁ ନୂଆ ପ୍ରଶ୍ନପତ୍ର ଦିଆଯାଇଥିଲା।

ପରୀକ୍ଷାରେ ହୋଇଥିବା ଏହି ତ୍ରୁଟିକୁ ସ୍ୱୀକାର କରିଛନ୍ତି କଟକ ବୋର୍ଡ ହାଇସ୍କୁଲ୍ କର୍ତ୍ତୃପକ୍ଷ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି, ଭୁଲ୍‌ରେ ୨୦ ଜଣ ପିଲାଙ୍କୁ ଭୁଲ୍ ପ୍ରଶ୍ନପତ୍ର ଦିଆଯାଇଥିଲା। କିନ୍ତୁ ଆମେ ସଙ୍ଗେ ସଙ୍ଗେ ତ୍ରୁଟି ସୁଧାରି ଦେଇଥିଲୁ। ଏଥିରେ ପିଲାମାନଙ୍କର କିଛି ଅସୁବିଧା ହୋଇନାହିଁ।

ଜୁଲାଇ ୩୦ ତାରିଖରୁ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି। ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ଏମାନେ ସମସ୍ତେ ପୂର୍ବରୁ ପ୍ରକାଶିତ ପରୀକ୍ଷା ଫଳରେ ଅସନ୍ତୋଷ ପ୍ରକାଶ କରି ପରୀକ୍ଷା ଦେଉଛନ୍ତି।

Leave A Reply

Your email address will not be published.

ବ୍ରେକିଂ