ଅକ୍ଟୋବର ୧ରୁ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା।  ଅକ୍ଟୋବର୧୧ ତାରିଖ ଯାଏଁ ଚାଲିବ ଏହି ପରୀକ୍ଷା। ରବିବାର ମଧ୍ୟ ପରୀକ୍ଷା ହେବ। ଏନେଇ ସିଏଚଏସଇ ସୂଚନା ଦେଇଛି। ୨ଟି ଇଲେକ୍ଟିଭ୍‌ ସବ୍‌ଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହେବ। ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଅଫଲାଇନ୍‌ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୧୩୦୪୩ ଛାତ୍ରଛାତ୍ରୀ।

 ସୂଚନାନୁସାରେ, ଚଳିତ ବର୍ଷ କରୋନା କାରଣରୁ ଯୁକ୍ତ ଦୁଇ ପରୀକ୍ଷା ହୋଇପାରିନଥିଲା । ତେବେ ମାଟ୍ରିକ ପରୀକ୍ଷା ଓ ବିଦ୍ୟାଳୟ ପରୀକ୍ଷା ଆଧାରରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କର ବିକଳ୍ପ ମୂଲ୍ୟାଙ୍କନ କରାଯାଇଛି । ଫଳରେ ଅନେକ ଛାତ୍ରଛାତ୍ରୀଙ୍କର ଫଳାଫଳ ଭଲ ହୋଇଥିଲେବି କେତେକ ଛାତ୍ରଛାତ୍ରୀ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି ଅଫଲାଇନ୍‌ ପରୀକ୍ଷା ପାଇଁ  ଆବେଦନ କରିଥିବା ଏହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Leave A Reply

Your email address will not be published.

ବ୍ରେକିଂ