ଅମାନିଆଙ୍କଠାରୁ ୨୫ ଲକ୍ଷରୁ ଅଧିକ ଟଙ୍କାର ଫାଇନ ଆଦାୟ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫରେ ବ୍ରେକ ଲାଗୁନି । ଏଥିଲାଗି ସରକାର ସଂକ୍ରମଣ ହ୍ରାସ କରିବାକୁ  ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରୁଛନ୍ତି । ହେଲେ ଅମାନିଆମାନେ ଏହାକୁ ଅବମାନନା କରି ଗଳା ବାଟ ଦେଇ ଯିବା ଲାଗି ଚେଷ୍ଟା କରୁଛନ୍ତି । ଫଳରେ ଏମାନଙ୍କୁ ସାବଡା କରିବା ଲାଗି ମୋଟ ୧୩୬ ପ୍ଲାଟୁନ ପୋଲିସର ସ୍ପେଶାଲ ଡ୍ରାଇଭରେ ସାମିଲ ହୋଇ ଅମାନିଆଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି  ।

 

କୋଭିଡ ଗାଇଡଲାଇନ ମାନୁନଥିବା ୯୪୦୦ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ମୋଟ ୨୫ ଲକ୍ଷ ୭ ହଜାର ୯୦୦ ଟଙ୍କା  ଜରିମାନା ଆଦାୟ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚେକିଂ କରାଯାଇ ମାସ୍କ ଓ ସାମାଜିକ ଦ୍ୱରତା ରକ୍ଷା କରୁନଥିବା ବ୍ୟକ୍ତିଙ୍କଠାରୁ ଫାଇନ କଟା ଯିବ ସହ ସଚେତନା କରାଯାଉଛି ।

ବର୍ତ୍ତମାନ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢିବାରେ ଲାଗିଛି ଆଜି  ୮୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି  ।

Leave A Reply

Your email address will not be published.

ବ୍ରେକିଂ