ପ୍ଲାଜମା ଦାନରେ ୧୦୦୦ ସଂଖ୍ୟା ଅତିକ୍ରମ କଲା ଓଡିଶା ପୋଲିସ

ଭୁବନେଶ୍ୱର: ଓଡିଶା ପୋଲିସର ୧୦୦୦ରୁ ଉର୍ଦ୍ଧ କରୋନା ଯୋଦ୍ଧା କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରି ଏକ ଇତିହାସ ସୃଷ୍ଟି କରିଛନ୍ତି । ଓଡିଶା ପୋଲିସ ପାଇଁ ଏହା ଅତ୍ୟନ୍ତ ଖୁସିର ମୁହୂର୍ତ୍ତ । ରାଜ୍ୟ ପୋଲିସର ଜନସେବା କ୍ଷେତ୍ରରେ ନିଃସ୍ୱାର୍ଥପରତା, ଆନ୍ତରିକତ ଓ ସମର୍ପଣ ଭାବର ଏହା ଆଉ ଏକ ନମୁନା ।

ଏହି ପ୍ଲାଜମା ଦାନଏନେକ ଗୁରୁତର କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଓଡିଶା ପୋଲିସର ଏହି ପ୍ଲାଜମା ଦାନର ଯାତ୍ରା ପ୍ରଥମେ ୨୦୨୦ ଜୁଲ୍ଲାଇ ୨୪ ତାରିଖରେ ଆରମ୍ଭ ହୋଇଥିଲା ଯେଉଁଦିନ ଓ.ଏସ .ଏ.ପି ତୃତୀୟ ବାଟାଲିୟନ, କୋରାପୁଟର ଦୁଇଜଣ ଯବାନ ଶ୍ରୀରାମଚନ୍ଦ୍ର ଭଂଜ ମେଡକିାଲ କଲେଜ ଓ ହସ୍ପିଟାଲରେ ସର୍ବପ୍ରଥମେ ପ୍ଲାଜମା ଦାନ କରିଥିଲେ ।  ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଆହ୍ନାନ କ୍ରମେ ଇତି ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା , ବାଟାଲିୟନ ଓ ପୋଲିସ ପ୍ରତିଷ୍ଠାନରୁ ୧୦୦୦ରୁ ଉର୍ଦ୍ଧ୍ୱ ଯବାନ କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିଛନ୍ତି ।

ଖୁସିର କଥାଯେ ଓଡିଶା ପୋଲିସର ନିଃସ୍ୱାର୍ଥପର ଯବାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ଲାଜମା ସାରା ରାଜ୍ୟର ପ୍ଲାଜମା ସଂଗ୍ରହର ୪୬ ପ୍ରତିଶତ ଅଟେ । ସମସ୍ତ ରାଜ୍ୟରେ ୨୧୬୬ ଜଣ ପ୍ଲାଜମା ପ୍ରଦାନ କରିଥିବା ବେଳେ ସେଥିମଧ୍ୟରୁ କେବଳ ଓଡିଶା ପୋଲିସର ୨୦୦୧ ଜଣ ଅଛନ୍ତି । ଯବାନମାନଙ୍କ ଏହି ମହତ କାର୍ଯ୍ୟ ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି । ଆଜି ସେହି ସାହସୀ ଓ ନିଃସ୍ୱାର୍ଥପର ଯବାନମାନଙ୍କୁ ସେମାନଙ୍କ ନିଃସ୍ୱାର୍ଥପର ସେବାର ପ୍ରମାଣ ସ୍ୱରୂପ ଏକ ପ୍ରଶଂସା ସ୍ମାରକୀ ପ୍ରାଦନ କରାଯାଇଛି ।

ଆଜି ମଧ୍ୟ ଏହି ଅବସରରେ ଓଡିଶା ପୋଲିସ ତାର ୪୮ ଜଣ ବୀର ଯବାନଙ୍କୁ ମନେ ପକାଉଛି ଯେଉଁମାନେ କୋଭିଡର ଲମ୍ବା ଯୁଦ୍ଧରେ ସାମିଲ ହୋଇ ପ୍ରାଣବଳୀ ଦେଇଛନ୍ତି । ଓଡିଶା ପୋଲିସ ଏହି ଯୋଦ୍ଧାମାନଙ୍କ ପାଇଁ ଖୁବ ଗର୍ବୀତ । ପ୍ଲାଜମା ଦାନ କରିଥିବା ଏହି ୧୦୦୦ ଜବାନ ନିଶ୍ଚିତ ଧନ୍ୟବାଦର  ପାତ୍ର । ସେମାନଙ୍କ ଏହି ନିଃସ୍ୱାର୍ଥପର ସେବା ଅନ୍ୟ ଯବାନ ଓ କର୍ମଚାରୀଙ୍କୁ ରାଜ୍ୟବାସୀଙ୍କୁ ସମର୍ପୀତ ସେବା ପ୍ରଦାନ ଦିଗରେ ଏଧିକ ପ୍ରେରଣା ପ୍ରଦାନ କରିବ ।

Leave A Reply

Your email address will not be published.

ବ୍ରେକିଂ