କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ଅବଧି ବୃଦ୍ଧି ପରେ ପ୍ରଥମ ଡୋଜ୍ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜର ନୂଆ ଅବଧି ନିୟମ । ଏଣିକି ୬ସପ୍ତାହ ପରିବର୍ତ୍ତେ ୧୨ ସପ୍ତାହ ପରେ ମିଳିବ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ । କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ଅବଧି ବୃଦ୍ଧି ଫଳରେ ପ୍ରଥମ ଡୋଜ୍ ଉପରେ ଗୁରୁତ୍ୱ ଦିଆଯିବ । ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଙ୍କ ସହ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବାକୁ ପ୍ରାଥମିକତା ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଏନେଇ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ଏବଂ ସବୁ ଜିଲ୍ଲାପାଳ ଓ  ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି  । ଟିକାକରଣ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀ, ପ୍ରୋଗ୍ରାମ ମ୍ୟାନେଜର୍, ଭେରିଫାୟର୍ସ, ଭ୍ୟାକ୍ସିନେଟର ଏବଂ ନାଗରିକଙ୍କୁ କୋଭିସିଲ୍ଡ ପାଇଁ ସଂଶୋଧିତ ହୋଇଥିବା କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇବାକୁ   ସେମାନଙ୍କ ସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ମୋହପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

୬ ସପ୍ତାହ ପରିବର୍ତ୍ତେ ୧୨ସପ୍ତାହ ପରେ ମିଳିବ ଦ୍ୱିତୀୟ ଡୋଜ୍ । ୮୪ ଦିନରୁ କମ୍ ହେଲେ ଟିକା ନଦେବାକୁ ପରାମର୍ଶ ଦିଆଯାଇଛି । ଏନେଇ କୋୱିନ୍ ପୋର୍ଟାଲରେ ଆଜି ରାତିରେ ପରିବର୍ତ୍ତନ କରାଯିବ । ପୂର୍ବରୁ ଦ୍ୱିତୀୟ ଡୋଜ୍ ଟିକା ପାଇଁ କୋ-ୱିନରେ ସ୍ଲଟ ବୁକିଂ କରିଥିଲେ ପୁଣି ଥରେ ନିର୍ଦ୍ଧାରିତ ଦିନ ପରେ ବୁକିଂ ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ