ରାଜ୍ୟରେ ଆଜି ୨୦୭୦ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର:  ଗତ ୨୪ ଘଣ୍ଟା ମଧ୍ୟରେ  ରାଜ୍ୟରେ ୨୦୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୧୯୫ ଓ ସ୍ଥାନୀୟ ଅଞ୍ଚଳରୁ ୮୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଛିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଏଯାଏ ସୁସ୍ଥ ହେଲେଣି ୯ ଲକ୍ଷ ୨୩ ହଜାର ୨୦୯ କୋରୋନା ରୋଗୀ । ୨୧ ହଜାର ୭୪୨ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୭ଜଣ, ବାଲେଶ୍ୱରରୁ ୧୭୬ଜଣ, ବରଗଡ଼ରୁ ୧୫ଜଣ, ଭଦ୍ରକରୁ ୬୬ଜଣ, ବଲାଙ୍ଗୀରରୁ ୭ଜଣ, ବୌଦ୍ଧରୁ ୧୧ଜଣ, କଟକରୁ ୩୧୯ଜଣ, ଦେବଗଡ଼ରୁ ୩ଜଣ, ଢେଙ୍କାନାଳରୁ ୪୪ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୧୨ ଜଣ, ଜଗତସିଂହପୁରରୁ ୯୭ ଜଣ, ଯାଜପୁରରୁ ୧୩୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ସେହିପରି ଝାରସୁଗୁଡ଼ାରୁ ୮ ଜଣ, କଳାହାଣ୍ଡିରୁ ୧୨ଜଣ, କନ୍ଧମାଳରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୭୭ଜଣ, କେଉଁଝରରୁ ୫୬ ଜଣ, ଖୋର୍ଦ୍ଧାରୁ ୪୪୬ ଜଣ, କୋରାପୁଟରୁ ୨୩ଜଣ, ମାଲକାନଗିରିରୁ ୨୦ ଜଣ, ମୟୁରଭଞ୍ଜରୁ ୮୧ଜଣ, ନବରଙ୍ଗପୁରରୁ ୧୧ ଜଣ, ନୟାଗଡ଼ରୁ ୫୯ ଜଣ, ନୂଆପଡ଼ାରୁ ୭ଜଣ, ପୁରୀରୁ ୧୧୦ଜଣ, ରାୟଗଡ଼ାରୁ ୧୮ଜଣ, ସମ୍ୱଲପୁରରୁ ୧୬ଜଣ, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୬୬ ଓ ଷ୍ଟେଟ ପୁଲରୁ ୮୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ