ରାଜ୍ୟରେ ଦୈନକ କରୋନା ସଂକ୍ରମଣ ପୁଣି ୧୦ ହଜାର ପାର

ଭୁବନେଶ୍ୱର:  ଦିନକର ସାମାନ୍ୟ ଆସ୍ୱସ୍ତି  ପରେ ରାଜ୍ୟରେ ଆଜି ପୁଣି ବଢ଼ିଲା ଦୈନକ କରୋନା ସଂକ୍ରମଣ। ରାଜ୍ୟରେ ପୁଣି ଥରେ ୧୦ ହଜାର ପାର କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୪୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୮୩୩ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୩୯ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୬୪ ଓ କଟକରୁ ୮୮୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୫୩୯ ଜଣ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୪୫୪, ବରଗଡ଼ରୁ ୪୩୧, ବଲାଙ୍ଗିରରୁ ୪୨୬, ପୁରୀରୁ ୩୯୮, ଝାରସୁଗୁଡ଼ାରୁ ୩୮୦, ନୂଆପଡ଼ାରୁ ୩୭୮, କଳାହାଣ୍ଡିରୁ ୩୭୦, ଯାଜପୁରରୁ ୩୪୯, ନବରଙ୍ଗପୁରରୁ ୩୩୫, ବାଲେଶ୍ୱରରୁ ୩୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝରରୁ ୨୫୩, ମୟୂରଭଞ୍ଜରୁ ୨୩୯, ଜଗତସିଂହପୁରରୁ ୨୩୨, ଭଦ୍ରକରୁ ୨୩୧, ସୁବର୍ଣ୍ଣପୁରରୁ ୨୧୫, ରାୟଗଡ଼ାରୁ ୨୧୨, କୋରାପୁଟରୁ ୧୯୫, ନୟାଗଡ଼ରୁ ୧୯୨, ଢେଙ୍କାନାଳରୁ ୧୮୯, ବୌଦ୍ଧରୁ ୧୮୦, ଗଞ୍ଜାମରୁ ୧୭୭, କେନ୍ଦ୍ରାପଡ଼ାରୁ ୧୪୧, କନ୍ଧମାଳରୁ ୧୩୪, ଦେବଗଡ଼ରୁ ୧୨୭, ଗଜପତିରୁ ୧୧୧ ଓ ମାଲକାନଗିରିରୁ ୭୧ ଜଣ ଏବଂ ଷ୍ଟେଟ୍ ପୁଲ୍‌ରୁ ୩୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୬୫୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୪୫୭୫୬୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୯୪୮୨୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ