ରାଜ୍ୟରେ ଦିନକରେ ୧୨ ହଜାରରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୧୪ ଜଣ ସଂଗରୋଧରେ ରହିଥିବା ବେଳେ ୫୩୨୪ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୨୪୦୦ରେ ପହଞ୍ଚିଛି । 

ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮୨୮ ନୂଆ କରୋନା ଆକ୍ରାନ୍ତଙ୍କ ସହ ଦ୍ୱିତୀୟ ସ୍ଥାନରେ  ଖୋର୍ଦ୍ଧା ରହିଛି।  କଟକରୁ ୯୧୬, କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ଅନୁଗୁଳରୁ ୪୮୦, ବରଗଡ଼ରୁ ୪୭୫ ଓ ବାଲେଶ୍ୱରରୁ ୪୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ଭଦ୍ରକ ଜିଲ୍ଲାରୁ ୩୮୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୬୦ଜଣ, ବୌଦ୍ଧ ଜିଲ୍ଲାରୁ ୧୨୮ଜଣ, ଦେଓଗଡ଼ ଜିଲ୍ଲାରୁ ୬୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୨ଜଣ, ଗଜପତି ଜିଲ୍ଲାରୁ ୯୧ଜଣ, ଗଞ୍ଜାମ ଜିଲ୍ଲାରୁ ୩୧୨ଜଣ, ଜଗତସିଂହପୁର ଜିଲ୍ଲାରୁ ୧୬୮ଜଣ, ଯାଜପୁର ଜିଲ୍ଲାରୁ ୩୧୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୦୬ଜଣ,  କନ୍ଧମାଳ ଜିଲ୍ଲାରୁ ୬୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯୨ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୯ଜଣ, କୋରାପୁଟ ଜିଲ୍ଲାରୁ ୧୩୦ଜଣ, ମାଲକାନଗିରି ଜିଲ୍ଲାରୁ ୬୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୫୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୮୨ଜଣ, ନୟାଗଡ଼ ଜିଲ୍ଲାରୁ ୧୯୪ଜଣ, ନୂଆପଡ଼ା ଜିଲ୍ଲାରୁ ୨୯୦ଜଣ, ପୁରୀ ଜିଲ୍ଲାରୁ ୩୬୯ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୧ଜଣ,  ସୋନପୁର ଜିଲ୍ଲାରୁ ୧୫୯ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୩୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୧୨୪୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୪୨୩୨୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି  ୮୬୯୫୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ