ରାଜ୍ୟରେ ଆଜି ୧,୬୪୮ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ୧,୬୪୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୯୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ବେଳେ ସ୍ଥାନୀୟ ଅଞ୍ଚଳରୁ ୬୯୩ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ଯରୁ ସୁସ୍ଥ ହେଲେଣି ୯ ଲକ୍ଷ ୩୦ ହଜାର ୪୧୮। ସେହିପରି ୨୦,୩୮୭ କରୋନା ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୩୩୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୨୩୦, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୧୨, ଅନୁଗୋଳରୁ ୮୯, ବାଲେଶ୍ୱରରୁ ୮୩, ଭଦ୍ରକରୁ ୭୭, ମୟୂରଭଞ୍ଜରୁ ୭୭, ନୟାଗଡ଼ରୁ ୭୩ ଓ ପୁରୀ ଜିଲ୍ଲାରୁ ୬୭ ଜଣ ଅଛନ୍ତି।

ସେହିପରି ବରଗଡ଼ ଜିଲ୍ଲାରୁ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୫, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫୪, ଗଜପତିରୁ ୫, ଗଞ୍ଜାମରୁ ୧୧, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୫୦, କେନ୍ଦୁଝରରୁ ୨୧, କୋରାପୁଟରୁ ୬, ମାଲକାନଗିରିରୁ ୩୫, ନବରଙ୍ଗପୁରରୁ ୧୨, ନୂଆପଡ଼ାରୁ ୭, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୨୪, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୩୩ ଓ ଷ୍ଟେଟ୍‌ ପୁଲ୍‌ରୁ ୪୪ ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ